ଅପମିଶ୍ରିତ ଦେଶୀ ମଦ ଓ ପୋଚ ଜବତ
ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ଶ୍ରବଣ ବିବେକ ଏମ, ଆଇ.ପି.ଏସ୍ ଓ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ତଥା ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ ପାତ୍ରପୁର ଅତିରିକ୍ତ ତହସିଲଦାର ଶ୍ରୀ ଦିଲ୍ଲୀପ କୁମାର ଦେହୁରୀ ଓ ଚିକିଟି ଏସ.ଡି.ପି.ଓ ଶ୍ରୀ ବିଶ୍ଵମିତ୍ର ହର୍ପାଲ୍ ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନରେ ଜରଡା ଥାନା ଅନ୍ତର୍ଗତ ପର୍ଶୁରାମ କୁଣ୍ଡ, ଫଟକାସିଂ, ବଡଝୋଳା, ଶାସନ, ଗଙ୍ଗାପୁର, ଚଢ଼େଇଗାଁ ଏବଂ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ସୀମାନ୍ତବର୍ତୀ ଅଞ୍ଚଳର ପାହାଡିଆ ଜଙ୍ଗଲ ଓ ନାଳ ନିକଟବର୍ତ୍ତୀ ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଭାଟି ଗୁଡିକୁ ନଷ୍ଟ କରିବା ସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ୩୦୫୦୦ ଲିଟର ଗୁଡ଼ ପିଡ଼ିଆ ପୋଚ ଓ ୨୨୦୦ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ, ଡ୍ରମ, ଡେକ୍ଚି ଇତ୍ୟାଦି କୁ ଜବତ କରିବାସହ ଫଟକାସିଂ ଗ୍ରାମ ର କ୍ଷେତ୍ର ଶବର (୩୦) ଙ୍କ ଘରୁ ୨୫୦ ଲିଟର ଚୋରା ଅପମିଶ୍ରିତ ଦେଶୀ ରନ୍ଧା ମଦ ଜବତ କରାଯାଥିବାବେଳେ ସେ ଘଟଣାସ୍ଥଳରୁ ଫେରାର ଅଛନ୍ତି ଓ ବଡଝୋଳା ଗ୍ରାମ ର ବନମାଳୀ ଶବର (୫୫) ଙ୍କ ନିକଟରୁ ୫୨୦ ଲିଟର ଚୋରା ଅପମିଶ୍ରିତ ଦେଶୀ ରନ୍ଧା ମଦ ଜବତ କରିବା ସହ ତାଙ୍କୁ ଗିରଫ କରାଯାଇଛି, ଉପରୋକ୍ତ ଜବତ ସାମଗ୍ରୀ ର ଆନୁମାନିକ ମୂଲ୍ୟ ୨୦,୦୦,୦୦୦/- ଟଙ୍କା ହେବ। ଏହି ଚଢ଼ଉ ରେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଉପ - ଅଧିକ୍ଷକ ସୃତିକାନ୍ତ ରାଉତ, ଚିକିଟି ଅବକାରୀ ଉପ -ଅଧିକ୍ଷକ କୁମୁଦ ରଞ୍ଜନ କୁଅଁର, ବ୍ରହ୍ମପୁର ଅବକାରୀ ଉପ- ଅଧିକ୍ଷୀକା ସ୍ନେହଲତା ନାୟକ, ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା, ଜରଡା ଥାନା ଅଧିକାରୀ ଟୁନା ସାସ୍ମଲ୍, ବ୍ରହ୍ମପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ଅର୍ଜୁନ କୁମାର ମଲ୍ଲିକ, ବ୍ରହ୍ମପୁର ଅବକାରୀ ମୋବାଇଲ୍ ସ୍କ୍ୱାର୍ଡ ଇନ୍ସପେକ୍ଟର ମନୀଷା ଭୋଳ, ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ବି. ମନୋଜ କୁମାର, ଚିକିଟି ଅବକାରୀ ଥାନା ଅଧିକାରୀ ସଞ୍ଜୟ କୁମାର ଭୁକ୍ତା, ବ୍ରହ୍ମପୁର ଅବକାରୀ ଥାନା ଅଧିକାରୀଣୀ ସୁଶ୍ରୀ ସଂଗୀତା ମହାପାତ୍ର, ଗୋପାଳପୁର ଅବକାରୀ ଥାନା ଅଧିକାରୀଣୀ ସସ୍ମିତା ମଲ୍ଲିକ, ଆନ୍ଧ୍ରପ୍ରଦେଶ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନଙ୍କ ସହ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ, ଜରଡା ଥାନା କର୍ମଚାରୀଙ୍କ ସହ ଏ ପି ଆର ଫୋର୍ସ, ଅବକାରୀ କର୍ମଚାରୀ ଓ ପୋଲିସ୍ କର୍ମଚାରୀ ମାନଙ୍କୁ ନେଇ ମୋଟ ୨୦୦ ରୁ ଉର୍ଦ୍ଧ ଅଧିକାରୀ ଓ କର୍ମଚାରୀ ସାମିଲ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق