BREAKING
Loading...
:

ପାରିବାରିକ କଳହରୁ ୩ବର୍ଷର ଝିଅକୁ ହାଣିଲା ବାପା? ଅଳ୍ପକେ ବର୍ତ୍ତିଗେଲେ ମା '

 ପାରିବାରିକ କଳହରୁ ୩ବର୍ଷର ଝିଅକୁ ହାଣିଲା ବାପା?

ଅଳ୍ପକେ ବର୍ତ୍ତିଗେଲେ ମା '

ବାଙ୍କୀ ,୧୨ା୪(ମାନସ ରଞ୍ଜନ ସାହୁ ):ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଂଚାୟତ ର ପୁରୁଣାପାଣି ଗ୍ରାମରେ ସ୍ୱାମୀ ସ୍ତ୍ରୀ କଳି ଉଗ୍ରରୂପ ନେଇଛି. ସ୍ତ୍ରୀ ଛୋଟ ପୁଅ ଝିଅଙ୍କୁ ଧରି ବାପଘର ଛଡ଼େଇବନ୍ଧରୁ  କଳାପଥର ଡାକ୍ତରଖାନାକୁ ଚିକିତ୍ସିତ ପାଈଁ ଆସିଥିଲେ. ପୂର୍ଵ ଯୋଜନା ମୁତାବକ ସ୍ୱାମୀ ବଙ୍କାନିଧି ପଣ୍ଡା ଡାକ୍ତରଖାନା ମୁଖ୍ୟ ଗେଟ କଡ଼ରେ ଲୁଚି ରହି ସ୍ତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଙ୍କୁ ମାରନାତ୍ମକ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ. ସୌଭାଗ୍ୟ ବଶତଃ ସ୍ତ୍ରୀ ସାଇଟ ହୋଇ ଯିବାରୁ କତୁରୀ ଚୋଟ 3ବର୍ଷର ଝିଅ ମୁଣ୍ଡରେ ପଡିଥିଲା. ଘଟଣାରୁ ଜଣାଯାଏ  ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରା.ପ.ର  ପୁରୁଣାପାଣି ଗ୍ରାମର ବୈକୁଣ୍ଠ ପଣ୍ଡାଙ୍କ ପୁଅ ବାଙ୍କ ନିଧି ପଣ୍ଡା କାଳିପୋଇ ଗ୍ରା.ପ.ର ଚଢ଼େଇବନ୍ଧ ଗ୍ରାମର  ଲକ୍ଷ୍ମୀ ବେହେରାଙ୍କୁ ଭଲ ପାଇ  ୪ବର୍ଷ ତଳେ ବିବାହ କରିଥିଲେ । ପୁଅ ଘର ପରିବାର ବ୍ରାହ୍ମଣ ହୋଇଥିଲା ବେଳେ ଝିଅ ଘର ଗୋପାଳ ପରିବାର ସହ ଗରିବ ବାପା ଛେଉଣ୍ଡ. ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ଯୌତୁକ ଜନିତ  ଗଣ୍ଡଗୋଳ ଘଟିଥିଲା । ପତ୍ନୀ ଲକ୍ଷ୍ମୀଙ୍କୁ ସଦା ସର୍ବଦା ଗାଳି ଗୁଲଜ  ମାଡମାରି ଲହୁଲୁହାଣ କରିବାରୁ ତା’ର ସ୍ୱାମୀ ବାଙ୍କନିଧିକୁ ପୂର୍ବରୁ ବୈଦ୍ୟେଶ୍ୱର ପୋଲିସ୍ ବାଙ୍କୀ କୋର୍ଟ ଚାଲାଣ କରିଥିଲ।.ଏବେ କିଛି ଦିନ ହେବ ଜେଲ୍‌ରୁ ଫେରି ରାଗରେ   ଚଡ଼େଇବନ୍ଧ ଗ୍ରାମରେ ବିଧବା ଶାଶୁ ପାଖରେ ରହୁଥିବା ପତ୍ନୀକୁ ମାରିବାକୁ ଉଦ୍ୟମ କରିଥିଲା । ଏଥି ନେଇ ମାସେ ତଳେ ପୁନର୍ବାର ବୈଦ୍ୟେଶ୍ୱର ଥାନାରେ ଲିଖିତ ଜଣାଇଥିଲେ. ହଠାତ ଆଜି ମଧ୍ୟାହ୍ନରେ ଲକ୍ଷ୍ମୀ କଳାପଥର ଡାକ୍ତରଖାନାକୁ ୩ବର୍ଷର ଝିଅ ଦେହ ଖରାପ ଥିବାରୁ ଚିକିତ୍ସା ପାଇଁ ଆଣିଥିଲା ।  ବୈଦ୍ୟେଶ୍ୱର ପୋଲିସ୍ ଉଭୟ ମା’ଓ ଝିଅକୁ ଥାନାକୁ ନେଇଛି । ଲକ୍ଷ୍ମୀ ଏତଲା ଆଧାରରେ ପୋଲିସ୍ କେସନ୍ ନମ୍ବର ୬୮/୨୫ରେ ମାମଲା  ରୁଜୁ କରି ତଦନ୍ତ ଜାରିରଖିଛି ।  ବାଙ୍କନୀଧି ଗିରଫ ଭୟରେ ଫେରାର ହୋଇଯାଇଛି..


ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS