BREAKING
Loading...
:

ସାଇକେଲ ଚୋର ଗିରଫ

 ସାଇକେଲ ଚୋର ଗିରଫ 



ବ୍ରହ୍ମପୁର (ମଣିଭଦ୍ରା ଖବର) ଏ ବ୍ୟକ୍ତିଙ୍କ ନାମ ପି ରାଜେଶ ପାତ୍ର। ବ୍ରହ୍ମପୁର ବଡ଼ବଜାର ବାସିନ୍ଦା। ଏବେ ମୋହନା ଅଞ୍ଚଳରେ ରହୁଛନ୍ତି। ସେ ସାଇକେଲ ଚୋରିରେ ମାହିର। ଯେତେ ଦାମୀ ସାଇକେଲ ହେଲେ ବି ଆଖିପିଛୁଳାକେ ଚୋରି କରିଦେଉଛନ୍ତି। ମେଡ଼ିକାଲରେ ସ୍ତ୍ରୀ ଅଛି କହି ସାଇକେଲକୁ ମାତ୍ର ୨ରୁ ୩ ହାଜର ଟଙ୍କାରେ ବିକ୍ରି କରୁଛନ୍ତି। ରାଜେଶକୁ ଗିରଫ କରିଛି ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ। ତାଙ୍କ ଠାରୁ ୪୦ଟି ଚୋରି ସାଇକେଲ ଜବତ ହୋଇଛି। ରଜେଶଙ୍କୁ ଯଦି ପୁଲିସ କିମ୍ବା ଲୋକ ଚୋରି କରିବା ବେଳେ ଧରିଲେ ସେ ଔଷଧ ଖାଇ ଦିଅନ୍ତି ଏବଂ ଅସୁସ୍ଥ ହେବାର ନାଟକ କରିଥାନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS