BREAKING
Loading...
:

ଗଛପଡି ରାସ୍ତା ଅବରୋଧ , ଦୁର୍ଦ୍ଦଶା ଭୋଗୁଛନ୍ତି ଜନସାଧାରଣ

 ଗଛପଡି ରାସ୍ତା ଅବରୋଧ , ଦୁର୍ଦ୍ଦଶା ଭୋଗୁଛନ୍ତି ଜନସାଧାରଣ ।

ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ଦଶପଲ୍ଲା ପଶ୍ଚିମାଞ୍ଚଳର ମୂଖ୍ୟ ବାଣିଜ୍ୟିକ ପେଣ୍ଠସ୍ଥଳ ଭାବରେ ପରିଚିତ ବାଣିଗୋଛା ଠାରୁ ବଣ ପାହାଡ ଘେରା ନେଫାରୀ , ବତାଗାଁ,ଦର୍ଶନୀପଡା, କୁରାଢୀନିଶା, ବିଜାତଇଳା,ଶିରିଶିରା, ଗାଡିଆପଡା,କୁମ୍ଭିକୀଳା ପ୍ରଭୃତି  ଆଦିବାସୀ ଅଧ୍ୟୁଷିତ ଗ୍ରାମକୁ ସଂଯୋଗ କରୁଥିବା ଏକମାତ୍ର ରାସ୍ତାରେ ଆଜକୁ ୪ ଦିନ ହେବ  ଦର୍ଶନୀପଡା ନିକଟରେ ଏକ ବିରାଟ ଗଛ  ରାସ୍ତା ଉପରେ ଭାଂଗି ପଡିବା ଯୋଗୁଁ ଏ ସବୁ ଆଦିବାସୀ ଗ୍ରାମକୁ ମଂପୂର୍ଣ୍ଣ ଭାବରେ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ଏହି ଅଂଚଳର ହଜାର ହଜାର ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ବିଭିନ୍ନ ବିଦ୍ୟାଳୟରେ ନାମଲେଖା ଚାଲିଥିବାବେଳେ କୋମଳମତି ଛାତ୍ରଛାତ୍ରୀମାନେ ବହୁ ହଇରାଣ ହରକତ ହେଉଛନ୍ତି । ଏପରିକି ,ଆପାତକାଳୀନ ସେବା ଯୋଗାଉଥିବା ୧୦୮ ଆମ୍ବୁଲାନ୍ସ ମଧ୍ୟ ଅଧାବାଟରେ ଅଟକି ରହୁଥିବା ଯୋଗୁଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ବାଧା ଉପୁଜୁଥିବା ଦେଖିବାକୁ ମିଳୁଛି । ତେଣୁ ଏହି ଗଛକୁ ଶିଘ୍ରାତିଶିଘ୍ର କଟାଯିବା ପାଇଁ ସର୍ବସାଧାରଣରେ ଦାବୀ ହେଉଛି ।।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS