BREAKING
Loading...
:

ଅବ୍ୟବସ୍ଥା ଘେରରେ ଜାମୁସାହି ଉଚ୍ଚ ବିଦ୍ୟାଳୟ

 ଅବ୍ୟବସ୍ଥା ଘେରରେ ଜାମୁସାହି ଉଚ୍ଚ ବିଦ୍ୟାଳୟ 

ଦଶପଲ୍ଲା (ଶିବାନୀ ଦୀପାଞ୍ଜଳୀ) ଅବ୍ୟବସ୍ଥା ଘେରରେ ଜାମୁସାହି ଉଚ୍ଚ ବିଦ୍ୟାଳୟ। ସ୍ଥାନୀୟ ଜନସାଧାରଣଙ୍କ ଅଦମ୍ୟ ପ୍ରଚେଷ୍ଟାରେ ଗଢି ଉଠିଥିବା ହାଇସ୍କୁଲ ଏବେ ଅବ୍ୟବସ୍ଥା ଘେରରେ ପରିଚାଳିତ ହେଉଅଛି। ପ୍ରଧାନ ଶିକ୍ଷୟତ୍ରିଙ୍କ ମନାମାନୀ ଯୋଗୁଁ ଅନେକ କୋମଳମତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧକାର ହେବାକୁ ଯାଉଅଛି। ସ୍ଥାନୀୟ ଜନସାଧାରଣଙ୍କ ଦାନ ତଥା ଉଦ୍ୟମରେ ହଷ୍ଟେଲର ଦୂରାବସ୍ଥା ଏବେ କହିଲେ ନ ସରେ। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ କହିବା ଅନୁସାରେ ହଷ୍ଟେଲ ଟିରେ ଆବଶ୍ୟକ ସୁବିଧା ସୁଯୋଗ ନଥିବାରୁ ଗତବର୍ଷ ସେ ହଷ୍ଟେଲର ଭିତିଭୂମି ଓ ଉପଯୁକ୍ତ ସୁବିଧା ସୁଯୋଗ ନଥିବାରୁ ଜିଲ୍ଲା ପ୍ରଶାସନ ତରଫରୁ ହଷ୍ଟେଲରେ ଉପଯୁକ୍ତ ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ ପ୍ରଧାନଶିକ୍ଷୟତ୍ରୀ ଓ ପରିଚାଳନା କମିଟି କୁ ନିର୍ଦ୍ଧେଶ ଦେଇଥିଲେ। କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ଙ୍କ କାଳକ୍ଷପଣ ନୀତି ଯୋଗୁଁ ଆଦ୍ୟାବଧି ଏହି ହଷ୍ଟେଲରେ ଛାତ୍ରଛାତ୍ରୀ ରହିବା ପାଇଁ ଉପଯୁକ୍ତ ସୁବିଧା ସୁଯୋଗ ସୃଷ୍ଟି କରି ପାରିନାହାନ୍ତି। ଫଳତଃ 25-26 ଶିକ୍ଷାବର୍ଷ ପାଇଁ ଛାତ୍ରଛାତ୍ରୀ ଗ୍ରହଣ କରିବା ବଦଳରେ ଛାତ୍ରଛାତ୍ରୀ ମାନଙ୍କୁ ବାଧ୍ୟତା ମୂଳକ ଭାବରେ ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ଦେଇ ବିଦା କରିଦେବାକୁ ଚେଷ୍ଟା କରୁଥିଲେ। ଖବର ପାଇ ପରିଚାଳନା କମିଟି ଓ ସ୍ଥାନୀୟ ଜନସାଧାରଣ ଏହାର ତୀବ୍ର ବିରୋଧ କରିଥିଲେ। ଫଳତଃ ଆଜି ସକାଳୁ ବିଦ୍ୟାଳୟ ସମୁଖରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଖବର ସଂଗ୍ରହ କରିବା ପରେ ପ୍ରଧାନ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କୁ ଅଭିଭାବକ ଙ୍କୁ ଅବଗତ କରାଇବା ପାଇଁ ଘରକୁ ପଠାଇ ଦେଇଥିଲେ। କିନ୍ତୁ ଗ୍ରାମବାସୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ କାହିଁକି ହଷ୍ଟେଲ ରୁ ବାହାର କରିଦେଲେ ବୋଲି ପ୍ରତିବାଦ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ବାଣୀଗୋଛା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ ପହଞ୍ଚି ନଥିବା ସୂଚନା ମିଳିଛି।

ମଣିଭଦ୍ରା ଖବର, ଦଶପଲ୍ଲା 

Post a Comment

Previous Post Next Post
Header ADS