ଓଡ଼ିଆ ପକ୍ଷ ପାଳନ ଅବସରରେ ବିଜେପି ର ଗାଁ କୁ ଚାଲ ଅଭିଯାନ
ପାଟଣା (ମଣିଭଦ୍ରା ଖବର) ଓଡ଼ିଆ ପକ୍ଷ ପାଳନ ଅବସରରେ ବିଜେପି ତରଫରୁ ଆଜି ଗାଁ କୁ ଚାଲ ଅଭିଯାନ କାର୍ଯ୍ୟକ୍ରମ ସରାସକୋଲା ଠାରେ ଅନୁଷ୍ଠିତ ହୋଇଯାଇଛି।ଏପ୍ରିଲ 6 ତାରିଖ ବିଜେପିର ପ୍ରତିଷ୍ଠା ଦିବସ ଠାରୁ ଗାଁ କୁ ଚାଲ ଅଭିଯାନ ଆରମ୍ଭ ହୋଇ ଥିବା ଏହି କାର୍ଯ୍ୟକ୍ରମ ଆମ୍ବେଦକର ଜୟନ୍ତୀ ଏପ୍ରିଲ 14 ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ।ଏହି ଅବସରରେ ଆଜି ପାଟଣା ବିଜେପି ତରଫରୁ ସରାସକେଲା ଗ୍ରାମପଞ୍ଚାୟତ ସରାସକୋଲା ଶିବ ମନ୍ଦିର ପରିସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଗାଁ ଗାଁ ବୁଲି ଲୋକମାନଙ୍କ ନିକଟରେ ସରକାରଙ୍କ ବିଭିନ୍ନ ଯୋଜନା ଯଥା ପ୍ରଧାନମନ୍ତ୍ରୀ ଆବାସ ଘର ଓ ସୁଭଦ୍ରା ଯୋଜନା, ଆୟୁଷ୍ମାନ ଯୋଜନାରେ ହିତାଧିକାରୀ ମାନେ କିପରି ଉପକୃତ ହୋଇଛନ୍ତି ତାହା ପଚାରି ବୁଝିବା ସହିତ ଲୋକଙ୍କୁ ସଚେତନତା କରାଯାଇଥିଲା।ଶେଷରେ ଶିବ ମନ୍ଦିର ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ସାଂସଦ ପ୍ରତିନିଧି ପ୍ରହ୍ଲାଦ ପଲେଇ,ମଣ୍ଡଳ ସଭାପତି ବ୍ରଜବନ୍ଧୁ ସେଠୀ, ଡମ୍ବରୁଧର ମହାନ୍ତ,ସଞ୍ଜୟ ପଲେଇ, ହରିଶ୍ଚନ୍ଦ୍ର ମହାନ୍ତ, ମୋହନ ଚରଣ ମହାନ୍ତ,ଯତୀନ୍ଦ୍ର ଦାଶ, ସଞ୍ଜୟ କୁମାର ମହାନ୍ତ, ତ୍ରିନାଥ ମହାନ୍ତ,କେଶବ ବାରିକ,କିଶୋର ଚନ୍ଦ୍ର ମହାନ୍ତ ଙ୍କ ସହିତ ବହୁ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق