BREAKING
Loading...
:

ଅନନ୍ୟ ସେବା କରି ଉଚ୍ଚ ପ୍ରଶଂସିତ ହେଲେ ସ୍ବେଚ୍ଛାସେବୀ

 *ଅନନ୍ୟ ସେବା କରି ଉଚ୍ଚ ପ୍ରଶଂସିତ ହେଲେ ସ୍ବେଚ୍ଛାସେବୀ*


ଗଞ୍ଜାମ (ମଣିଭଦ୍ରା ଖବର) ଚଇତି ଯାତ୍ରାର ଶେଷ ପାଳିରେ ଗଞ୍ଜାମ ଅଧିଷ୍ଠାତ୍ରୀ ମା' ତାରାତାରିଣୀ ମା' ଦୁର୍ଗା ରୂପେ ବେଶ ଧାରଣ କରିଥିବା ବେଳେ ଏହି ଅପୂର୍ବ ବେଶ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଛୁଟିଥିଲା। କିନ୍ତୁ ପୂର୍ବ ପାଳି ପରି ଏଥର ମଧ୍ୟ ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଓ ଭୁବନେଶ୍ୱରର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ରଙ୍କ ନେତୃତ୍ୱରେ ୫୦ଜଣ ସ୍ବେଚ୍ଛାସେବୀ ଅଣ୍ଟା ଭିଡିଥିଲେ ସମସ୍ତ ପ୍ରକାର କାର୍ଯ୍ୟରେ ଭକ୍ତ ତଥା ପ୍ରଶାସନକୁ ସାହାଯ୍ୟ କରିବାକୁ। ଏହି କ୍ରମରେ ଭୋର ୪ଘଟିକାରୁ ଦିବା ୨ଘଟିକା ପର୍ଯ୍ୟନ୍ତ ଭକ୍ତଙ୍କୁ ଧାଡ଼ିରେ ଛିଡା କରାଇବା ତଥା ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିଙ୍କୁ ସୁଚାରୁ ଦର୍ଶନ କରାଇବା ଆଦି କାମ ଅନ୍ୟତମ ଥିଲା, ଯେଉଁଥିରେ ସହଯୋଗର ହାଥ ବଢାଇଥିଲେ ଛଞ୍ଚାଣ ବେହେରା, ମୋହନ ସାହୁ, ବିଜୟ ପର୍ଶୁରାମ, ଜି. ଗଣେଶ ରେଡ୍ଡୀ ଓ ପ୍ରସାଦ ରେଡ୍ଡୀ। କିନ୍ତୁ ସବୁଠୁ ପ୍ରଶଂସନୀୟ କାମ ଥିଲା ଉଦୁଉଦିଆ ଖରାରେ ଶ୍ରଦ୍ଧାଳୁଙ୍କୁ ଜଳ ବଣ୍ଟନ। 


ସୂଚନାଯୋଗ୍ୟ, ବିଗତ ପାଳି ଭଳି ଏଥର ମନୋରଞ୍ଜନ ବେହେରା, କେସି ରାଓ, ସତ୍ୟବ୍ରତ ପଟ୍ଟନାୟକ ଓ ଲସିତ ବେହେରାଙ୍କ ସହଯୋଗରେ ପାହାଚ ବାଟ ଦେଇ ପାହାଡ଼କୁ ଆସୁଥିବା ବ୍ୟକ୍ତିଙ୍କୁ ଓ.ଆର.ଏସ. ପାଣି ବଣ୍ଟନ କରାଯାଇଥିଲା। ସେହିପରି ଏସ. ରାମକୃଷ୍ଣ ରେଡ୍ଡୀ, ଲକ୍ଷ୍ମୀ ନାରାୟଣ ପ୍ରଧାନ ଓ ଶିବ ପ୍ରସାଦ ବେହେରା ଲୋକଙ୍କୁ ଶୃଙ୍ଖଳିତ ଦର୍ଶନ କରିବାରେ ସହାୟତା କରିଥିଲେ। ଆଜି ଯେତେବେଳେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓ ମନ୍ତ୍ରୀ ଶ୍ରୀ ଯୁକ୍ତ ପୃଥ୍ୱୀରାଜ ହରିଚନ୍ଦନ ଓ ଅନ୍ୟ ବିଧାୟକ ମନ୍ଦିର ପରିଦର୍ଶନ କରିଥିଲେ, ସେତେବେଳେ ଏହି ସେବା ଦଳର ସବୁ ସମୟର ଭୂମିକାକୁ ନେଇ ପ୍ରଶଂସା କରିଥିଲେ ଓ ଆଗକୁ ଏ ଭଳି କାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS