BREAKING
Loading...
:

ଅନଲାଇନ୍‌ ଗେମ୍‌‌ରେ ପରାଜୟର ଗ୍ଲାନି, ୪ ବର୍ଷରେ ଜୀବନ ହାରିଲେଣି ୧୨୦ ଯୁବକ |

 ଅନଲାଇନ୍‌ ଗେମ୍‌‌ରେ ପରାଜୟର ଗ୍ଲାନି, ୪ ବର୍ଷରେ ଜୀବନ ହାରିଲେଣି ୧୨୦ ଯୁବକ |

ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଅନ୍‌‌ଲାଇନ ଗେମ୍‌‌ ମାୟାରେ ଏବେ ଯୁବପିଢି ବାୟା। ଗାଁ ହେଉ ଅବା ସହର ସବୁଠି ଯୁବପିଢ଼ି ଏକାଠି ହୋଇ ଗେମ୍‌‌ ଖେଳୁଛନ୍ତି। ଥାନ ଅଥାନ ନ ଭାବି ଯେଉଁଠି ପାଉଛନ୍ତି ସେଠାରେ ଗେମ୍‌‌ ଖେଳିବା ସହ ବଡ଼ ବଡ଼ ପାଟି କରି ଚିତ୍କାର କରୁଛନ୍ତି। କିଏ ମାର ମାର କହୁଥିବା ବେଳେ ଆଉ କିଏ ଧର ଧର ବୋଲି ପାଟି କରୁଛି। ଯୁବପିଢିଙ୍କ ଏଭଳି ସ୍ୱାଭାବକୁ ଦେଖିଲେ ପାଗଳ ବୋଲି ଅନେକ ଭାବିବେ। ସନ୍ଧ୍ୟା ହେଉ କିମ୍ବା ରାତି, କିଛି ମାନୁନାହାନ୍ତି। ମୋବାଇଲ୍‌‌ ଧରି ବସି ପଡୁଛନ୍ତି। ଏଭଳି ବାରମ୍ବାର ଅନ୍‌‌ଲାଇନ୍‌‌ ଗେମ୍‌‌ ଖେଳି ଅର୍ଥ ହାରିବା ଦ୍ୱାରା ଯୁବପିଢ଼ି ମାନସିକ ଅବସାଦକୁ ପଳାଇ ଯାଉଛନ୍ତି। ଶେଷରେ ସେମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି। ଏକ ସର୍ଭେରୁ ଏହା ସ୍ପଷ୍ଟ ହେବା ପରେ ପୁଲିସ ଯୁବପିଢ଼ିଙ୍କୁ ସଚେତନ କରିଛି। କୌଣସି ଗେମ୍‌‌ରେ ଟଙ୍କା ରୋଜଗାର ଆଶାରେ ଟଙ୍କା ନ ଲଗାଇବାକୁ ପରାମର୍ଶ ଦେଇଛି।


ରାତାରାତି ଧନୀ ହେବା ଲୋଭରେ ଅନଲାଇନ ଖେଳି ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କା ହରାଉଛନ୍ତି ଯୁବପିଢ଼ି। ଅନଲାଇନ ଗେମ୍‌‌ ବିଷମ ପରିସ୍ଥିତି ସୃଷ୍ଟି କରୁଛି ଏବେ। ଗତବର୍ଷ ନଭେମ୍ବର ମାସରେ ପୁରୀ ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଜଣେ ଯୁବକ ଟଙ୍କା ହରାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେଣୁ ଅନଲାଇନ ଗେମ ଉପରେ ନିୟନ୍ତ୍ରଣ ନ ରହିଲେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିବା ବିଶେଷଜ୍ଞ ମତ ଦେଇଛନ୍ତି। ସେହିପରି ପୁରୀ ଜିଲ୍ଲା ସତ୍ୟବାଦୀର ମନୋଜ ବାରିକ ମଧ୍ୟ ଗେମ୍‌‌ ଖେଳି ସର୍ବସ ହରାଇଛନ୍ତି। ବିୟୁଟି ପାର୍ଲର କରି ସଞ୍ଚୟ କରିଥିବା ୧୬ ହଜାର ଟଙ୍କା ଅନଲାଇନ ଗେମ୍‌‌ ଖେଳି ହରାଇଛନ୍ତି। ରାଗରେ ନିଜ ଦାମୀ ମୋବାଇଲ ଫୋନ୍‌‌ ଭାଙ୍ଗି ଦେଇଥିଲେ ମନୋଜ। ମିଳିଥିବା ତଥ୍ୟ ଅନୁସାରେ ଗତ ୪ବର୍ଷରେ ଅନ୍‌‌ଲାଇନ୍‌‌ ଗେମ ଖେଳି ୧୨୦ ଜଣ ଯୁବକ ଆତ୍ମହତ୍ୟା କଲେଣି। ବର୍ତ୍ତମାନ ଯେଉଁଭଳି ଭାବେ ଯୁବପିଢୀ ଗେମ୍‌‌ ଖେଳୁଛନ୍ତି ନିହାର ଆଗକୁ ପରିସ୍ଥି୍‌‌ତି ଭୟଙ୍କର ହେବା ବୋଲି ବରିଷ୍ଠ ବ୍ୟକ୍ତିମାନେ ଆଶଙ୍କା କରୁଛନ୍ତି। ବିଶେଷ କରି ଅନଲାଇନରେ ଅଭିନେତାଙ୍କ ବିଜ୍ଞାପନ ଦେଖି ଯୁବପିଢ଼ି ଓ କୋମଳମତି ପିଲାମାନେ ଲୋଭରେ ପଡୁଛନ୍ତି। ୟୁ-ଟ୍ୟୁବର ଏବଂ ଇନ୍‌‌ଷ୍ଟାଗ୍ରାମ୍‌‌ରେ ଏକାଧିକ ବ୍ୟକ୍ତି ଟଙ୍କା ନେଇ ଗେମ୍‌‌ ଖେଳିବାକୁ ଯୁବ ପିଢୀଙ୍କୁ କହୁଛନ୍ତି। ଘରେ ବସି ଟଙ୍କା ରୋଜଗାର କରିବା ଲୋଭରେ ଯୁବପିଢୀ ଲକ୍ଷାଧିକ ଟଙ୍କା ହରାଇ ସର୍ବଶାନ୍ତ ହେଉଛନ୍ତି।ପୁଣି ଜଣେ ଯୁବକ ହରାଇଲେ ୧୭ ଲକ୍ଷ


ଅନ୍‌‌ଲାଇନ୍‌‌ ଗେମ୍‌‌ରେ ଅନେକ ଯୁବକ ଟଙ୍କା ହରାଇ ସର୍ବସ୍ୱାନ୍ତ ହୋଇପଡ଼ୁଥିବା ବେଳେ ଶନିବାର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବକ ହରାଇଛନ୍ତି ୧୭ ଲକ୍ଷ ଟଙ୍କା। ଅନ୍‌‌ଲାନ୍‌‌ ଗେମ୍‌‌ ଖେଳି ଟଙ୍କା ରୋଜଗାର କରିବ ବୋଲି ଭାବିଥିଲା। ପ୍ରଥମେ ପ୍ରଥମେ କିଛି ଟଙ୍କା ମିଳିଥିଲା। ହେଲେ ଏହାପରେ ଧୀରେ ଧୀରେ ସେ ହାରିଥିଲେ। ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ରାଜୁ ବାରିକ ଏଭଳି ଠକାମିର ଶିକାର ହୋଇଛନ୍ତି। ସେ ଏନେଇ ସାଇବର ଥାନାରେ ଅଭିଯୋଗ କରିବା ପରେ ସାଇବର୍‌‌ ଥାନା ପୁଲିସ ଘଟଣାର ତଦନ୍ତ କରୁଛି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS