BREAKING
Loading...
:

ଆସିଲା ବିଜ୍ଞପ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ ତାରିଖ ନୁହେଁ; ମୃତ୍ୟୁ ତାରିଖ ହେବ ବିଚାରଯୋଗ୍ୟ

 ଆସିଲା ବିଜ୍ଞପ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ ତାରିଖ ନୁହେଁ; ମୃତ୍ୟୁ ତାରିଖ ହେବ ବିଚାରଯୋଗ୍ୟ

ସରକାରୀ କ୍ଷେତ୍ରରେ ଅନୁକମ୍ପାମୂଳକ ନିଯୁକ୍ତିରେ ଆବେଦନ ତାରିଖ ବଦଳରେ ମୃତ୍ୟୁ ତାରିଖ ବିଚାରକୁ ନିଆଯିବ। ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ ୨୦୧୬ ଲାଗୁ ହେବା ପରେ ଏବଂ ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ ୨୦୨୦ ଲାଗୁ ହେବା ପୂର୍ବରୁ ସମ୍ପୃକ୍ତ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଆବଶ୍ୟକ।


ସମ୍ପୃକ୍ତ ପରିବାରର ବାର୍ଷିକ ଆୟ ୧,୯୧,୦୦୦ ଟଙ୍କା (ପରିବାର ପେନସନ୍‌କୁ ଛାଡ଼ି)ରୁ ଅଧିକ ହୋଇନଥିବା ଆବଶ୍ୟକ। ଆଜି ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।


ଏହି ନିୟମ ଲାଗୁ ହେବା ଫଳରେ ଅନୁକମ୍ପା ନିଯୁକ୍ତିକୁ ନେଇ ନ୍ୟାୟାଳୟରେ ବିଚାରାଧୀନ ଥିବା ଶତାଧିକ ମାମଲାର ପରିସମାପ୍ତି ଘଟିବ ବୋଲି କୁହାଯାଇଛି। ଏହି ନୂଆ ନିୟମ ଓଡ଼ିଶା ବେସାମରିକ ସେବା (ଥଇଥାନ ସହାୟତା) ନିୟମ-୨୦୨୫ ଭାବେ ଜଣାଯିବ। ମୃତ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ପ୍ରଦାନ ପ୍ରକ୍ରିୟାକୁ ସରଳ କରିବା ଲାଗି ମାର୍ଚ୍ଚ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଥିଲା।


ବିଭାଗ ପକ୍ଷରୁ କୁହାଯାଇଛି ଯେ, ୨୦୨୦ରେ ଏହି ନିୟମ ଲାଗୁ ହେବା ତାରିଖ ପୂର୍ବରୁ ଥଇଥାନ ସହାୟତା ସମ୍ୱନ୍ଧିତ ସମସ୍ତ ବିଚାରାଧୀନ ଆବେଦନ ୧୯୯୦ରେ ପ୍ରଚଳିତ ନିୟମ ଅନୁଯାୟୀ ବିଚାର କରାଯିବ। ୨୦୨୦ ମସିହା ନିୟମ ଲାଗୁହେବା ପୂର୍ବରୁ ଯେଉଁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ପରିବାର ପାଇଁ ୧୯୯୦ ନିୟମ ଲାଗୁହେବ।


୨୦୧୬ ପୂର୍ବରୁ ଯେଉଁ ମୃତ କର୍ମଚାରୀଙ୍କ ପରିବାର ସଦସ୍ୟ ନିଯୁକ୍ତି ପାଇଁ ଆବେଦନ କରିବା ସମୟରେ ଅସହାୟ ପ୍ରମାଣ ପତ୍ର ଦେଇଥିବେ ସେମାନଙ୍କୁ ଆଉ ତାହା ଦାଖଲ କରିବା ଆବଶ୍ୟକ ନାହିଁ। କିନ୍ତୁ ୨୦୧୬ରୁ ୨୦୨୦ ମଧ୍ୟରେ ମୃତ୍ୟୁ ପାଇଁ ନିଯୁକ୍ତି ଆବେଦନ କରିଥିଲେ ଜିଲ୍ଲାପାଳଙ୍କ ଠାରୁ ପରିବାରର ଆର୍ଥିକ ସ୍ଥିତି ସମ୍ପର୍କିତ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ ହେବ। ଗେଜେଟ ପ୍ରକାଶ ଦିନ ଠାରୁ ଏହି ଅନୁକମ୍ପା ନିଯୁକ୍ତି ନିୟମ କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS