ଆଇସିସି ଚାମ୍ପିୟନସ ଟ୍ରଫି, ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିଅନ
ମଣିଭଦ୍ରା ଖବର (ବ୍ୟୁରୋ) ଦୁବାଇରେ ଚାଲିଥିବା ଆଇସିସି ଚାମ୍ପିୟନସ ଟ୍ରଫିର ଫାଇନାଲ ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । ଡାରେଲ ମିଚେଲଙ୍କ ୬୩ ରନ୍ ଏବଂ ମିଚେଲ ବ୍ରାସଓ୍ବେଲଙ୍କ ୫୧ ରନ୍ ବଳରେ ନିର୍ଧାରିତ ୫୦ ଓଭରରେ ୭ ଉଇକେଟ ହରାଇ ନ୍ୟୁଜିଲାଣ୍ଡ ୨୫୧ ରନ୍ ସଂଗ୍ରହ କରିଥିଲା । ଜବାବରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ୭୬ ରନ୍, ଶୁବମନ ଗିଲ ୩୧ ରନ୍,ଶ୍ରେୟସ ଆୟର ୪୮ ରନ୍,ଅକ୍ଷର ପଟେଲ ୨୯ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ୍ ଏବଂ କେ ଏଲ ରାହୁଲଙ୍କ ୩୪ ରନ୍ ଫଳରେ ଭାରତ ଆଜିର ମ୍ୟାଚରେ ଆବଶ୍ୟକୀୟ ରନ୍ ସଂଗ୍ରହ କରି ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି । ଦଳ ତରଫରୁ ରୋହିତ ଶର୍ମା ସର୍ବାଧିକ ୭୬ ରନ୍ ସଂଗ୍ରହ କରିଥିବା ଜଣାପଡିଛି । ଭାରତ ବିଜୟ ପରେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଭାରତୀୟ ବୋଲର ଏବଂ ବ୍ୟାଟ୍ସମ୍ୟାନଙ୍କର ମିଳିତ ଉଦ୍ୟମ ଫଳରେ ଏହି ବିଜୟ ସମ୍ଭବ ହୋଇପାରିଛି ବୋଲି ଅଧିନାୟକ ରୋହିତ ଶର୍ମା ପ୍ରକାଶ କରିଛନ୍ତି । ଭାରତ ବିଜୟ ପରେ ବିଭିନ୍ନ ସ୍ଥାନରେ ବାଜା ବାଣ ଫୁଟାଇ ପରସ୍ପରକୁ ମିଠା ଖୁଆଇ ଖୁସି ମନାଉଥିବା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


Post a Comment