ବିଜୟନଗର ମଳିକ ସାହିରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ,
ଗଣିଆ (ମଣିଭଦ୍ରା ଖବର) ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ବିଜୟ ନଗର ମଳିକ ସାହିରେ ଦୋଳ ଉପଲକ୍ଷେ ଅଷ୍ଟପ୍ରହରୀ ଓ ନାମ ଯଜ୍ଞ ସଂକ୍ରିତନ ଧୂମୁଧାମରେ ପାଳିତ ହୋଇଯାଇଛି । ବିଶ୍ଵଶାନ୍ତି ଓ ଜନ କଲ୍ୟାଣ ଉଦ୍ଦେଶ୍ୟରେ ପ୍ରତ୍ୟେକ ବର୍ଷ ଫାଲୁଗୁନ ମାସରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହେଉଅଛି । ଏହି ଅଷ୍ଟପ୍ରହରୀ ସମ୍ପୂର୍ଣ ଗୋଟିଏ ଦିନ ହେଉଛି । ଅଷ୍ଟପ୍ରହରୀ କୁ ବିଭିନ୍ନ ଗ୍ରାମରୁ ଦଳ ଆସିଥାନ୍ତି, ଚଳିତ ବର୍ଷ ଧନୀପୁର, ବ୍ରହ୍ମପୁରା, ବନ୍ଧହୁଡା, ବେଲପଡା, ଖପରମଲ, ବିଜୟ ନଗର ଦଳ ରହି ଅଷ୍ଟ ପ୍ରହରୀ ସମ୍ପୂର୍ଣ କରିଥିଲେ । ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା । ଏହି ଅଷ୍ଟପ୍ରହରୀ ରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେଉଥିବା ଜଣାପଡିଛି । ଅଷ୍ଟପ୍ରହରୀ ରେ ଗ୍ରାମ ସଭାପତି ଶଙ୍କର ମଳିକ, ଉପସଭାପତି ଚନ୍ଦ୍ରମଣି ମଳିକ, ସାହି ବେହେରା ଭୀମସେନ ମଳିକ ଙ୍କ ସହିତ ଗୋକୁଳ ମଳିକ, କୃଷ୍ଣ ମଳିକ, ଅନନ୍ତ ମଳିକ, ବିଜୟ ମଳିକ, ରାଜୁ ମଳିକ, ମନୋରଞ୍ଜନ ମଳିକ, ପପୁ ମଳିକ, ଅର୍ଜୁନ ମଳିକ, ମାଟିଆ ମଳିକ, ନାରଣ ମଳିକ ଙ୍କସହିତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ଗଣିଆ


Post a Comment