BREAKING
Loading...
:

ଚନ୍ଦିନୀମାଳ ଗ୍ରାମକୁ ନିଶା ମୁକ୍ତ କରିବାକୁ ମହିଳାଙ୍କ ଶପଥ

 ଚନ୍ଦିନୀମାଳ ଗ୍ରାମକୁ ନିଶା ମୁକ୍ତ କରିବାକୁ ମହିଳାଙ୍କ ଶପଥ

ସମ୍ବଲପୁର (ମଣିଭଦ୍ରା ଖବର) 


କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ଚନ୍ଦିନୀମାଲ ଗ୍ରାମ ପଞ୍ଚାୟତର ଲସା ଗ୍ରାମକୁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ନିଶା ମୁକ୍ତ କରିବାରେ ସଫଳ ହେବା ପରେ ଏହାର ପ୍ରଭାବ ପଞ୍ଚାୟତ ମହକୁମା ଚନ୍ଦିନୀମାଲରେ ପଡ଼ିଥିବା ଦେଖାଯାଇଛି । ଏଥିପାଇଁ  ଚନ୍ଦିନୀମାଲ ଗାଁ ମଝିରେ ଅଭିଯାନର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ରବିବାର ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ସରପଞ୍ଚ ଜୟକିଶୋର ମହାପାତ୍ର, ପୂର୍ବତନ ସମିତି ସଭ୍ୟ ହିରାଧର ପ୍ରଧାନ , ମିତ୍ରଭାନୁ ପ୍ରଧାନ, ଶୁରୁ ମଣି ସୁନାନି , ଅବସରପ୍ରାପ୍ତ ଶିକ୍ଷକ ଦିଲ୍ଲୀପ ପାଣିଗ୍ରାହୀ ,  ୱାର୍ଡ ସଭ୍ୟା ଦ୍ବୟ ନୟନି ଷୋହେଲା ଓ ରଞ୍ଜିତା ମାଝୀ ଗ୍ରାମ୍ୟ କମିଟି ସଭାପତି ଅମିୟ କୁମାର ନାୟକ ପ୍ରମୁଖ ଭାଷଣ ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ । ଏହାପରେ ନିଜେ ନିଶା ନ ଖାଇବା ଓ ନିଶାଗ୍ରସ୍ତ ଙ୍କୁ ନିଶାରୁ ଦୂରେଇ ରଖିବା ପାଇଁ ମହାତ୍ମା ଗାନ୍ଧୀ ଓ ଡ଼. ଆମ୍ବେଦକରଙ୍କ ନାମରେ ଉପସ୍ଥିତ ଶତାଧିକ ମହିଳା ଗ୍ରାମବାସୀ ଶପଥ ପାଠକରି ଜନ ସଚେତନତା ପାଇଁ ଗ୍ରାମ ପରିକ୍ରମା କରିଥିଲେ । ଗ୍ରାମ ସ୍ତରରେ ଗଠିତ ନିଶା ନିବାରଣ ଅଭିଯାନର କର୍ମକର୍ତ୍ତା ଭାବରେ  ପଦ୍ମିନୀ ମହାନନ୍ଦ ସଭାପତି, ଯଜ୍ଞସେନି ସେଠ ଉପ ସଭାପତି, ଚାନ୍ଦିନୀ ଜୟପୁରିଆ ସମ୍ପାଦକ ଓ ନମିତା ଧନ ସହ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଏଥିପାଇଁ ଗଠିତ ଉପଦେଷ୍ଟା କମିଟିରେ ଅନିଲ ପଟେଲ, ସୁଶୀଲ ମିଶ୍ର , ଦିଲ୍ଲୀପ ପାଣିଗ୍ରାହୀ, ବିଜୟ ମାଝୀ, ପ୍ରହଲ୍ଲାଦ ସୁନାନି ଓ ଅନନ୍ତ କଂଶାରି ମନୋନୀତ ହେବା ସହ ଆଉ କୋଡ଼ିଏ ଜଣ କାର୍ଯ୍ୟକାରୀ କମିଟିକୁ ମନୋନୀତ ହୋଇଛନ୍ତି। ବିଭିନ୍ନ ସ୍ଲୋଗାନ ଦେଇ ଶୋଭାଯାତ୍ରା କରିବା ପରେ ଗ୍ରାମ୍ୟ କମିଟି ସଭାପତି ଅମିୟ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS