BREAKING
Loading...
:

କୋଣାର୍କ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ମୃତ୍ୟୁ

 କୋଣାର୍କ ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ମୃତ୍ୟୁ

ନିମାପଡା (ମଣିଭଦ୍ରା ଖବର) ରାମଚଣ୍ଡୀ ମୁହାଣ ନିକଟ ଇକୋ ରିଟ୍ରିଟରେ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ଏମ ଡି ଆଲାସ  ହୁସେନ( ୫୨) ନାମକ ଜଣେ ପର୍ଯ୍ୟଟକଙ୍କ ହୃଦଘାତରେ  ମୃତ୍ୟୁ ହୋଇଛି । ସେ ଭୁବନେଶ୍ୱର ଆସି କୋଣାର୍କ ଇକୋ ରିଟ୍ରିକ ର ପରିବାର ସହ ଗତକାଲି ରାତ୍ରିଯାପନ  କରିଥିଲେ । ସେ ଜଣେ ବାଇକି ରାଇଡ଼ର ଥିଲେ ବୋଲି ସୂଚନା ମିଳିଛି ।ରବିବାର ଅପରାହ୍ନରେ ଦେହ  ଅସୁସ୍ଥ ହେବାରୁ ଅଚେତ ହୋଇପଡିଥିଲେ। ତୁରନ୍ତ  ଉପସ୍ଥିତ ଥିବା ଲୋକମାନେ ତାଙ୍କୁ ଆମ୍ବୁଲାନ୍ସରେ  ଗୋପ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ।ସେଠାରେ   ଡାକ୍ତର ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ । ଏହି ଖବର ପାଇ ଚନ୍ଦ୍ରଭାଗା ମେରାଇନ ପୁଲିସ ମୃତଦେହକୁ  ଜବତ କରି ଏକ ଅପମୃତ୍ୟୁ ମାମଲା ୧/୨୦୨୫ କେସେ  ରୁଜୁ କରି ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଶବ ବ୍ୟବଚ୍ଛେଦ କରିବା ପାଇଁ ପଠାଇ ଛନ୍ତି ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS