ସୁରକ୍ଷିତ ଇଣ୍ଟରନେଟ୍ ଦିବସ ରେ ଗଞ୍ଜାମରେ ଜିଲାସ୍ତରୀୟ କର୍ମଶାଳା
ଛତ୍ରପୁର ( ମଣିଭଦ୍ରା ଖବର)
ସୁରକ୍ଷିତ ଇଣ୍ଟରନେଟ୍ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାସ୍ତରୀୟ କର୍ମଶାଳା ଛତ୍ରପୁର ଜିଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ପ୍ରମୋଦ କୁମାର ପୃଷ୍ଟି ଅଧ୍ୟକ୍ଷତା କରି ଜଣାଇଥିଲେ ଯେ ଆଜିକା ଦିନରେ ଇଣ୍ଟରନେଟର ଯେଭଳି ଆବଶ୍ୟକତା ରହିଛି ତାହାର ସୁରକ୍ଷା ଦିଗରେ ଅଧିକ ବ୍ୟବସ୍ଥା ସେଇଭଳି ଜରୁରୀ। ଏଣୁ ଏହାର ବ୍ୟବହାକାରୀମାନେ ସତର୍କତା ଅବଲମ୍ବନ କରିବାକୁ ପ୍ରୟାସ ହେବା ଆବଶ୍ୟକ। ସୁରକ୍ଷିତ ଇଣ୍ଟରନେଟ୍ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିବା ସହ ବାସ୍ତବ ଜୀବନର ଉଦାହରଣ ଦେଇ ସାଇବର ଠକେଇର ବଢୁଥିବା ବିପଦ ଉପରେ ଆଲୋକପାତ କରିଥିଲେ ।
ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ଉପଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
। ଏହାପରେ ଗଞ୍ଜାମ ଏନ୍ ଆଇସିର ଡିଆଇଓ ରଣଜିତ କୁମାର ଦାସ ସୁରକ୍ଷିତ ଇଣ୍ଟରନେଟ୍ ଦିବସ ସମ୍ପର୍କରେ ବିସ୍ତୃତ ଉପସ୍ଥାପନା କରିଥିଲେ।
ସାଇବର ଠକେଇ ଏବଂ ଅନଲାଇନ ସୁରକ୍ଷା ଉପରେ ଏକ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉପଜିଲ୍ଲାପାଳ (ପ୍ରତିଷ୍ଠାନ), ଜିଲ୍ଲା କ୍ରୀଡ଼ା ଅଧିକାରୀ, ସହକାରୀ ଜିଲ୍ଲାପାଳ ଏବଂ ଅନ୍ୟ ାନ୍ୟ ଜିଲାପାଳଙ୍କ ଠାରୁ ସୂଚନା ନିଆଯାଇଥିଲା ।


Post a Comment