BREAKING
Loading...
:

ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମାନସିକ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

 ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମାନସିକ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ 

ଗଣିଆ( ମଣିଭଦ୍ରା ଖବର) ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ମାନସିକ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଧୁସୂଦନ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଉକ୍ତ ଶିବିରରେ ନୟାଗଡ଼ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର ମାନସିକ ରୋଗ ବିଶେଷଜ୍ଞ ଡା.ସବିତା ବରାଡ, ସନ୍ତୋଷ କୁମାର ନାୟକ,ଦେବପ୍ରସାଦ ମିଶ୍ର, ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସମ୍ପ୍ରସାରଣ ଅଧିକାରିଣୀ କମଳା ମହାରଣା, ଫାର୍ମାସିଷ୍ଟ ରଞ୍ଜିତ ପରିଡ଼ା,ଏଏନ୍ଏମ କବିତା ସେଠୀ, ଲିଙ୍ଗରାଜ ଗୁରୁ, ସନ୍ତୋଷ କୁମାର ମହାପାତ୍ର, ସୁବୋଧ କୁମାର ସ୍ବାଇଁ, ବାସନ୍ତୀ ଦେଇ, ଆଶାକର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । 

ଏହି ଶିବିରରେ ରୋଗୀ ମାନଙ୍କୁ ମାଗଣା ଔଷଧ ବଣ୍ଟନ, ମାନସିକ ରୋଗ ବିଶେଷଜ୍ଞ ଡ଼ାକ୍ତରଙ୍କ ଦ୍ବାରା ରୋଗୀ ଚିହ୍ନଟ,ମାଗଣା ପରୀକ୍ଷା କରାଯାଇଥିଲା । ଆଜିର ଏହି ଶିବିରରେ ୩୪ ଜଣ ମାନସିକ ରୋଗୀ ଚିହ୍ନଟ କରାଯାଇ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହିତ ଔଷଧ ବଣ୍ଟନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS