କଟକ(ମାନସ କୁମାର ସାହୁ) ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆଜି ସୁପର୍ ସଣ୍ଡେରେ ସୁପରସୋ ମୁକାବିଲା । କଟକରେ ଭାରତ-ଇଂଲଣ୍ଡ ଦିନିକିଆ ଟକ୍କର । ମହାଲଢ଼େଇ ପାଇଁ ପ୍ରସ୍ତୁତ ରହିଛି ବାରବାଟୀ ଷ୍ଟାଡ଼ିୟମ । ଛକା, ଚୌକା ବର୍ଷା ଭିତରେ ହାଇସ୍କୋରିଂ ମ୍ୟାଚ୍ ଆଶା* *କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ,ଉତ୍କଣ୍ଠା । ପାଞ୍ଚବର୍ଷର ପ୍ରତୀକ୍ଷା ପରେ ବାରବାଟୀକୁ ଏକଦିବସୀୟ କ୍ରିକେଟ୍ ଫେରିଥିବାରୁ ଦର୍ଶକଙ୍କଠାରୁ ଆରମ୍ଭ କରି ଖେଳାଳି, ଅଧିକାରୀ ସମସ୍ତେ ଅଛନ୍ତି ଉତ୍ସାହିତ। ଆଜି ମ୍ୟାଚ ଜିତି ଭାରତ ୱାନଡେ ସିରିଜ କବ୍ଜା କରିବାକୁ ଲକ୍ଷ୍ୟ ରଖିଛି। ବାରବାଟୀ ସବୁବେଳେ ଭାରତୀୟ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି ।*
*ଏଠାରେ ଭାରତୀୟ ଦଳ ମୋଟ ଉପରେ ୧୭ ଏକଦିବସୀୟ ମ୍ୟାଚ୍ ଖେଳିଥିଲା ବେଳେ ୧୩ଟି ମ୍ୟାଚ୍ ଜିତିଛି। ମାତ୍ର ୪ଟି ହାରିଛି।
ମଣିଭଦ୍ରା ଖବର, କଟକ


إرسال تعليق