BREAKING
Loading...
:

ଚରଣ ବେହେରା ହତ୍ୟା ଘଟଣାର ପ୍ରେସ ମିଟ୍ କଲେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଗିରଫ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

 ଚରଣ ବେହେରା ହତ୍ୟା ଘଟଣାର ପ୍ରେସ ମିଟ୍ କଲେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଗିରଫ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ 

ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ ଆଡକଟା ପଞ୍ଚାୟତ ହଦପଶି ଗ୍ରାମର ଚରଣ ବେହେରା ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି । ଏ ନେଇ ଆଜି ଗଣିଆ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁବାଷ ଚନ୍ଦ୍ର ପଣ୍ଡା, ଏସଡିପିଓ ବିମଳ କୁମାର ବାରିକ,ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ସମେତ ଗଣିଆରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ  । ୩୦ ତାରିଖ ଦିନ ରାତିରେ ହଦପଶି ଗ୍ରାମର ପିଣ୍ଟୁ ବେହେରା ଓ ମାନସ ଡାଙ୍ଗୁଆ ଚରଣ ବେହେରାଙ୍କୁ ମଦ ପିଇବାକୁ ଡାକି ନେଇଥିଲେ । ମଦ ପିଇ ସାରି ପୂର୍ବରୁ ଥିବା ଜମିଜମା ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । 

ମାନସ ଏବଂ ପିଣ୍ଟୁ ଏକ ଧଡ଼ାରେ ଚରଣଙ୍କୁ ବାଡ଼େଇ ବାଡ଼େଇ ମାରିଦେବା ପରେ ପ୍ରଥମେ ଏକ ଅଟୋ ସାହାଯ୍ୟରେ ଶବଟିକୁ ନେଇଥିଲେ । ପରେ  ପିଣ୍ଟୁର ଆଇଚର ଟ୍ରକରେ ଖଜୁରିପଡା ଘାଟି ତଳକୁ ଫିଙ୍ଗି ଦେଇ ଚାଲି ଯାଇଥିଲେ । ପୋଲିସ ପ୍ରଥମେ ପିଣ୍ଟୁ ବେହେରାଙ୍କୁ ଗିରଫ କରି ସିନ୍ ରିକ୍ରିଏସନ କରିଥିବା ବେଳେ ପରେ ମାନସ ଡାଙ୍ଗୁଆଙ୍କୁ ଗିରଫ କରିଥିଲା । 


ତେବେ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ପଲସର ବାଇକ୍,ଅଟୋ,ଆଇଚର ଏବଂ ଠେଙ୍ଗାକୁ ମଧ୍ୟ ପୋଲିସ ଜବତ କରିଥିବା ଅତିରିକ୍ତ ଏସପି ସୂଚନା ପ୍ରଦାନ କରିଛନ୍ତି । ଗିରଫ ଅଭିଯୁକ୍ତ ଦ୍ବୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଅଭିଯୁକ୍ତ ଜିତେନ୍ଦ୍ର ଡାଙ୍ଗୁଆକୁ ଖୁବଶୀଘ୍ର ଗିରଫ କରାଯିବ ବୋଲିି ଗଣିଆ ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ଗଣିଆରେ ଏଭଳି ଘଟଣା ପ୍ରଥମ ଥର ହୋଇଥିବା ବେଳେ ଗଣିଆ ପୋଲିସ ୭ ଦିନ ଭିତରେ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିବାରୁ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଥାନା ଅଧିକାରୀଙ୍କର ଏହା ଏକ ବଡ଼ ସଫଳତା ବୋଲି ପ୍ରଶଂସା କରିଛନ୍ତି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS