BREAKING
Loading...
:

ନିମ୍ନ ମାନର କାର୍ଯ୍ୟ କରି ଅର୍ଥ ହଡପ ନେଇ ଖବର ସଂଗ୍ରହ ବେଳେ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର

 *ନିମ୍ନ ମାନର କାର୍ଯ୍ୟ କରି ଅର୍ଥ ହଡପ ନେଇ ଖବର ସଂଗ୍ରହ ବେଳେ ସାମ୍ବାଦିକ ଙ୍କୁ ଦୁର୍ବ୍ୟବହାର*

ବଲାଙ୍ଗୀର/ଟିଟିଲାଗଡ଼ (ମଣିଭଦ୍ରା ଖବର) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ 

ଟିଟିଲାଗଡ଼ ମହାରାଜ ସାଗର ଉନ୍ନତି କରଣ କାର୍ଯ୍ୟ  ରେ ବ୍ୟାପକ ଅନିୟମିତତା ନେଇ ଜନ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଟିଟିଲାଗଡ  ମହାରାଜ ସାଗର ପୋଖରୀ ରେ  ଆଧୁନିକି କରଣ କରାଯାଇ  ଆଡିବନ୍ଧ କୁ ଉନ୍ନୀତ କରିବା ପାଇଁ ନିୟମ ରହିଛି l ଏନେଇ ସ୍ପଷ୍ଟଭାବରେ ସରକାରୀ ଗାଇଡ଼ ଲାଇନ ଜାରି ରହିଛି ହେଲେ ଏହାର ଖିଲାପ କରାଯାଇଛି । ହେଲେ ସମସ୍ତ  ନିୟମ କୁ ଖିଲାପ କରି ଜାଲ,କାଗଜ ପତ୍ର ପ୍ରସ୍ତୁତ କରିବା ଅଭିଯୋଗ ନେଇ  ଅନୁଦାନ କୁ ବାଟ  ମାରଣା କରିବା ପାଇଁ ସ୍ୱତନ୍ତ୍ର ଯୋଜନା କରି ଟିଟିଲାଗଡ଼ ବ୍ଲକ ର ଏ ଇ ଇ ଅନୁଦାନ ଗୁଡିକୁ ଆତ୍ମସାତ କରିବା ପାଇଁ ଠିକାଦାର ଙ୍କ ଜରିଆରେ କାମ କରୁଥିବା ଖବର ପାଇ ଟିଟିଲାଗଡ଼ ସହର ର ଏକ ବୈଦ୍ୟୁତିକ ଗଣମାଧ୍ୟମ ର ପ୍ରତିନିଧି ଟିଟିଲାଗଡ଼ ବ୍ଲକ କୁ ଯାଇ ସମ୍ପୃକ୍ତ ଏ ଇ ଇ ଙ୍କୁ ପଥର ପେଚିଙ୍ଗ ସ୍ଥାନରେ ପେପର ବ୍ଲକକେମିତି ଦିଆଯାଉଛି ବୋଳି କହିବାରୁ ସେ ଚିନ୍ହକି ଉଠି କ୍ୟାମେରା  ବନ୍ଦ କରିବା ସହ ବ୍ଲକ ଅଫିସ କୁ ବିନା ଅନୁମତି ରେ ଆସିବାକୁ ବାରଣ କରିବା ଘଟଣା ଚକିତ କରିଛି l ସେପଟେ ଏହି ଘଟଣା କୁ ଟିଟିଲାଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୁର୍ଭାଗ୍ୟ ପୂର୍ଣ୍ଣ କହିବା ସହିତ ସମସ୍ତ ଅଧିକାରୀ ତଥା କର୍ମଚାରୀ ଙ୍କୁ ସାଧାରଣ ଲୋକଙ୍କୁ ତଥା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରତି ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ କରିବା ନେଇ ତାଗିଦ କରି ଧମକ ଦେଇଥିଲେ l ଏନେଇ ସମ୍ପୃକ୍ତ ଏ ଇ ଇ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ l ତେବେ କେବଳ ମହାରାଜ ସାଗର ଉପରେ ଚାଲୁଥିବା କାର୍ଯ୍ୟ ଯେ ଅତି ନିମ୍ନ ମାନର ତାହା ନୁହେଁ, ସମ୍ପୃକ୍ତ ଏ ଇ ଇ ଅଧୀନରେ ଚାଲୁଥିବା ଅନେକ କାମରେ ବ୍ୟାପକ ଅର୍ଥ ଆତ୍ମସାତ କରାଯାଉଥିବା ବେଳେ ଅନେକ କାମ ଅତି ନିମ୍ନ ମାନର କରାଯାଇ ସରକାରୀ ଅନୁଦାନ ଗୁଡିକ ବାଟ ମାରଣା କରାଯାଇଥିବା ଅଭିଯୋଗ ହେଉଛି l ଏମିତିକି ଜାତୀୟ ନିଶ୍ଚିତ ମହାତ୍ମା ଗାନ୍ଧୀ କର୍ମନିଯୁକ୍ତି ଯୋଜନା ରେ ମଧ୍ୟ ମିଥ୍ୟା ଶ୍ରମିକ, ମିଥ୍ୟା ଭାଉଚର, ଵିଲ ପ୍ରଦାନ କରାଯାଇ ସରକାରୀ ଅର୍ଥ କୁ ଲୁଟ କରାଯାଉଥିବା ଅଭିଯୋଗ ହୋଇଛି l ଏହାରି ଉପରେ ଉଚ୍ଚସ୍ତରୀୟ ତଦନ୍ତ ଦାବୀ ହେଉଛି l ସେପଟେ କର୍ମରତ ଗଣମାଧ୍ୟମ ପ୍ରତିନିଧି ଙ୍କ ଉପରେ ହେଉଥିବା ଦୁର୍ବ୍ୟବହାର କୁ ନେଇ ଟିଟିଲାଗଡ଼ ସାମ୍ବାଦିକ ମହଲ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଦୁର୍ବ୍ୟବହାର ଅଭିଯୋଗ ନେଇ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉକ୍ତ ସମସ୍ତ କାର୍ଯ୍ୟ ର ସବିଶେଷ ତଦନ୍ତ ଦାବି ହୋଇଛି ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS