ମଙ୍ଗଳା ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା
ବାଙ୍କୀ-କଳାପଥର (ମାନସ ରଞ୍ଜନ ସାହୁ ):ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ଗ୍ରାମ ତଳ ସାହିରେ ମଙ୍ଗଳା ମା 'ଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି l 4ଦିନ ବ୍ୟାପି ଧାର୍ମିକ ପରିବେଶରେ ଶହ ଶହ ଭକ୍ତ, ଧାର୍ମିକ ଶ୍ରଦ୍ଧାଳୁ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ l ପ୍ରାୟ ପାଞ୍ଚ ଶହ ଶ୍ରଦ୍ଧାଳୁ ଏଥିରେ ଯୋଗ ଦେଇଥିଲେ l ସୂର୍ଯ୍ୟ ପୂଜା, ଗୋପୂଜା, ମନ୍ଦିର ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ରୀତିନୀତି ରେ ସମ୍ପର୍ଣ୍ଣ ହୋଇଛି l କର୍ତ୍ତା ଭାବେ କଳାପଥର ଗ୍ରାମ ସଭାପତି ପ୍ରଫୁଲ କୁମାର ସ୍ୱାଇଁ ଙ୍କ ସହ ସ୍ତ୍ରୀ ସରପଞ୍ଚ କମଳା ସ୍ୱାଇଁ ସେବା ପୂଜା କରିଥିବାବେଳେ ଯଜ୍ଞ ପୁରୋଧା ଭାବେ ପ୍ରମୋଦ ଶଡ଼ଙ୍ଗୀ ଉପସ୍ଥିତ ରହି ଯଜ୍ଞ କାର୍ଯ୍ୟ ସମାପନ କରିଥିଲେ l ଟିକିନା ସ୍ୱାଇଁ, ମଳୟ ସ୍ୱାଇଁ, ପ୍ରସନ୍ନ ସାହୁ, ରାଜା ବରାଡ଼,ପ୍ରସନ ବରାଡ଼,ସୂର୍ଯ୍ୟମଣି ସାହୁ,ଶ୍ରୀଧର ସାହୁ, ସୂର୍ଯ୍ୟକାନ୍ତ ସ୍ୱାଇଁ, ଶୁରେଶ ସ୍ୱାଇଁ, ସାମ୍ବାଦିକ ମାନସ ରଞ୍ଜନ ସାହୁଙ୍କ ସମେତ ମଙ୍ଗଳା କଲେଶୀ ସୁବାସ ସ୍ୱାଇଁ ପ୍ରମୁଖ ଗ୍ରାମର ତଳସାହି ଗ୍ରାମବାସୀ ସହଯୋଗ କରିଥିଲେ l
ଆଖ ପାଖ 10 ଖଣ୍ଡ ଗାଁର ସଂକୀର୍ତନ ମଣ୍ଡଳୀ ଙ୍କ ସହ କଳାପଥର ବଡ଼ ସହି ହନୁମାନ ଚାଳିଶା ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ 108ଧାରୀ ମହିଳା କଳସ ଯାତ୍ରା କରିଥିଲେ l ମୁଖ୍ୟ ଅତିଥି ଭାବେ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ ଯୋଗ ଦେଇ ଥିଲା ବେଳେ ଅଂଚଳ ର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ମା ମଙ୍ଗଳା ଙ୍କ ଆଶ୍ରିବାଦ ଭିକ୍ଷା ନେଇଥିଲେ l ଗ୍ରାମର ଆରାଧ୍ୟ ଦେବୀଙ୍କର କଲେଶୀ ପ୍ରସନ୍ନ ହୋଇ ମନ୍ଦିର ପ୍ରତିଷ୍ଠାରେ ଆଶ୍ରିବାଦ ପ୍ରଦାନ କରିଥିଲେ l ପୂର୍ଣ୍ଣାହୁତି ପରେ ଶ୍ରଦ୍ଧାଳୁ ପାଇଁ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା l
ମଣିଭଦ୍ରା ଖବର, ବାଙ୍କୀ



Post a Comment