ଦୁଇ ବାଇକ୍ ମୁହାଁମୁହିଁ - ଦୁଇ ଗୁରୁତର
ଭାପୁର (ମଣିଭଦ୍ରା ଖବର) ଭାପୁର ସଦର ମହକୁମା ପଶୁ ଡାକ୍ତରଖାନା ଛକ ଉପରେ ସୋମବାର ସନ୍ଧ୍ୟାରେ ଦୁଇ ବାଇକ୍ ମୁହାମୁହିଁ ହୋଇ ଜଣେ ଗୁରୁତର ହୋଇଥିବା ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ପ୍ରକାଶ । ଘଟଣାରୁ ପ୍ରକାଶ, କଟକ ଜିଲ୍ଲା ବୈଦେଶ୍ୱର ଥାନା ଅନ୍ତର୍ଗତ କେନ୍ଦୂପଲ୍ଲି ଗ୍ରାମର ଉଦ୍ଧବ ଦେହୁରୀ ଙ୍କ ପୁଅ ସୁମନ୍ତ ଦେହୁରୀ ଙ୍କ ବାଇକ୍ ସହିତ ଭାପୁର ଗ୍ରାମର ବିପ୍ଳବ ଭୋଳ ଙ୍କ ବାଇକ୍ ମୁହାଁମୁହିଁ ଦୁର୍ଘଟଣା ଘଟିଥିଲା ଫଳରେ ଉଭୟ ଦୁର୍ଘଟଣା ସ୍ଥଳରେ ପଡ଼ିଥିଲେ । ଉପସ୍ଥିତ ବୁଦ୍ଧିଜୀବି ଦୁହିଁଙ୍କୁ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଥିଲେ ।ସୁମନ୍ତ ର ପାଦ ଫାଟି ଯାଇଥିବାବେଳେ ବିପ୍ଳବ ର ମୁଣ୍ଡ ଆଘାତ ହୋଇଥିବା ସ୍ବାସ୍ଥ୍ୟ କେନ୍ଦ୍ର ତରଫରୁ ପ୍ରକାଶ ।ଭାପୁର ଆଉଟ୍ ପୋଷ୍ଟ ଅଧିକାରୀ ସଞ୍ଜୟ ପରିଡ଼ା ଘଟଣାସ୍ଥଳ ରେ ପହଞ୍ଚି ଦୁଇ ବାଇକ୍ କୁ ଜବତ କରିଛନ୍ତି ।
ବିଭୂତି ମହାପାତ୍ର, ଭାପୁର


إرسال تعليق