ଖଣ୍ଡପଡ଼ା ସହର ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ମଣ୍ଡଳ ସ୍ତରୀୟ ନିପୂଣ ଓଡ଼ିଶା ମେଳା ଅନୁଷ୍ଠିତ
ଖଣ୍ଡପଡ଼ା ୧୧,୨( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହର ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସର ରେ ସୋମବାର ଦିନ ମଣ୍ଡଳ ସ୍ତରୀୟ ନିପୂଣ ମେଳା ଅନୁଷ୍ଠିତ ହୋଇଯାଇଅଛି। ଖଣ୍ଡପଡ଼ା ବ୍ଲକ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର କର ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ଆୟୋଜିତ ମେଳା ରେ ମୁଖ୍ୟ ଅତିଥି ଭାବେ
ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ବାଇଁ ଓ ସମ୍ମାନିତ ଅତିଥି ଭାବେ ଖଣ୍ଡପଡ଼ା ବ୍ଲକ ଶିକ୍ଷା ଅଧିକାରୀ କଳିଙ୍ଗ ଚନ୍ଦ୍ର ନାୟକ , ପ୍ରଦିପ କୁମାର ସାହୁ, ବିଆରସିସି ନାରାୟଣ ଦାସ ଓ ବଟକୃଷ୍ଣ ସାହୁ ପ୍ରମୁଖ ଯୋଗଦାନ ଦେଇ ନିପୂଣ ଓଡ଼ିଶା ଅୟୋଜନ ର ମୂଖ୍ୟ ଲକ୍ଷ୍ୟ ଉଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଖଣ୍ଡପଡ଼ା ସହର ଅଞ୍ଚଳ ସମେତ ଖଳି ସାହି ଲିଙ୍ଗରାଜ ବିଦ୍ୟାଳୟ ବିଭିନ୍ନ ବିଦ୍ୟାଳୟରୁ୫୫ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ ।ସେମାନ ଙ୍କ ଦ୍ବାରା ପ୍ରସ୍ତୁତ ଶିକ୍ଷଣୀୟ ସାମଗ୍ରୀ ଗୁଡ଼ିକ ମେଳା ରେ ପ୍ରଦର୍ଶନ କରିଥିଲେ। ପ୍ରତ୍ୟେକ ବିଦ୍ୟାଳୟ ର ୧ ମ ଠାରୁ ୩ ଶ୍ରେଣୀ ମଧ୍ୟରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କର ଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟ କ୍ରମ କରାଯାଇଥିବା ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲିପସା ନନ୍ଦ କାର୍ଯ୍ୟକ୍ରମ କୁ ଉତ୍ସାହ ସହକାରେ ପାଳନ କରିବାକୁ ଆହ୍ବାନ ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


إرسال تعليق