BREAKING
Loading...
:

ବଦଳୁଛି ସରକାର ହେଉଛି ଯୋଜନା ବଦଳୁନି ଗରିବିର କରୁଣ ରୂପ

 *ବଦଳୁଛି ସରକାର ହେଉଛି ଯୋଜନା ବଦଳୁନି ଗରିବିର କରୁଣ ରୂପ* 

 *୫ ମାସର ଶିଶୁ କନ୍ୟାକୁ ଅନ୍ୟ  ହାତରେ ଟେକି ଦେଲା ମାଆ* 


ମୋରଡ଼ା (ମଣିଭଦ୍ରା ଖବର) କ୍ଷମତାକୁନେଇ ଚାଲିଛି ରାଜନୀତି  ବଦଳୁଛି ସରକାର । ପାରିତ ହୋଇ କାର୍ଯ୍ୟକାରୀ ହେଉଛି ନୂଆ ନୂଆ ଯୋଜନା। ଲକ୍ଷ୍ୟ ରାଜ୍ୟରୁ ଗରିବୀ ଦୂରୀକରଣ କରିବା । ହେଲେ ଗରିବି ହଟିବା ବଦଳରେ ବଢ଼ିବାରେ ଲାଗିଛି ଦାରିଦ୍ର୍ୟତା । ମାତ୍ର ଦାରିଦ୍ର୍ୟତା ଦୂରୀକରଣ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ହେଉଥିବା ଯୋଜନା ଫଳବତୀ ହେବାରେ ସମସ୍ୟା କୋଉଠି ଏବଂ ସୁଦୂରପ୍ରସାରି ଯୋଜନା ବିଫଳତା ପଛରେ ପ୍ରତିବନ୍ଧକ ଗୁଡ଼ିକ କଣ ତାକୁ ଚିହ୍ନଟ କରି ସୁଧାର ଆଣିବା ଦିଗରେ ସରକାରୀ ସ୍ତରରେ ଆନ୍ତରିକତାର ଅଭାବ ପାଇଁ ଯୋଜନା କାଗଜକଲମରେ ଦାରିଦ୍ର୍ୟ ହ୍ରାସରେ ସଫଳତା ସାଉଁଟିବାରେ ସୀମିତ ରହିଥିବା ଅଭିଯୋଗ ହେଉଛି । ଯୋଉଥିପାଇଁ ଆଜିବି ଗ୍ରାମାଞ୍ଚଳରେ ଶିଶୁ ସନ୍ତାନ ବିକ୍ରି ଭଳି ଲଜ୍ଜ୍ୟାଜନକ ଘଟଣା ବିଭିନ୍ନ ସମୟରେ ଲୋକଲୋଚନକୁ ଆସୁଛି । ଆଉ ଏଭଳି ଘଟଣା ଆଜି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ କୋହି ପଞ୍ଚାୟତ ଅନ୍ତର୍ଗତ ସୋନପୁରିଆ ଗ୍ରାମରୁ ଏଭଳି ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଥିବା ଦେଖିବାକୁ ମିଳିଛି  । ଯାହା ଡବଲ ଇଞ୍ଜିନ ସରକାର ପାଇଁ ଏବେ ଆହ୍ଵାନ ସୃଷ୍ଟି କରିଥିବା ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି । ଉଲ୍ଲେଯୋଗ୍ୟ ସାମ୍ନାକୁ ଆସିଥିବା ଘଟଣା ରାଜ୍ୟରେ ଏହି ଦୁଃଖଦାୟକ ଘଟଣା ଆମକୁ ପରିବାରିକ ଦାରିଦ୍ର୍ୟ ଏବଂ ସାମାଜିକ ସମସ୍ୟାର ଗମ୍ଭୀରତାକୁ ଆଉ ଥରେ ଚିନ୍ତା କରିବାକୁ ବାଧ୍ୟ କରୁଛି । ଜଣେ ମାଆ ଦଶମାସ ଦଶଦିନ ଗର୍ଭରେ ଧରି ଯନ୍ତ୍ରଣା ସହି ଜନ୍ମ ଦେଇଥିବା ତାର ଶିଶୁ ସନ୍ତାନକୁ ପରିବାର ପ୍ରତିପୋଷଣ କରିବାରେ ଅସମର୍ଥ ହୋଇ ଗରିବି ପାଇଁ ମାଆର ମମତାକୁ ପଛରେ ପକାଇ ଛାତିରେ ପଥର ଯାକି ୫ ମାସର ଶିଶୁ କନ୍ୟାକୁ ଅନ୍ୟ ଲୋକର ହାତରେ ସମର୍ପଣ କରିଛନ୍ତି । ଏହି ଘଟଣା ସ୍ଥାନୀୟ ସମୁଦାୟ ମଧ୍ୟରେ ଏକ ଗଭୀର ଆଘାତ ସୃଷ୍ଟି କରିଛି । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅନ୍ତର୍ଗତ କୋହି ପଞ୍ଚାୟତ ଅଧୀନ ସୋନପୁରିଆ ଗ୍ରାମରେ । ମିଳିଥିବା ସୂଚନା ଅନୁସାରେ ମାଆ ଲାଖିଆ ହାଁସଦା, ସ୍ୱାମୀ ମୋହନ ହାଁସଦାଙ୍କ ଘର ଶ୍ୟାମାଖୁଣ୍ଟା ବ୍ଲକ ଶିରୀଶବଣି ପଞ୍ଚାୟତ ଆମଶିକଡା (ଅଶନବଣି ) ଅଞ୍ଚଳରେ ହୋଇଥିବା ବେଳେ ଦୀର୍ଘ ଦଶବର୍ଷ ହେବ ନିଜ ବାପ ଘର ସୋନପୁରିଆ ଗାଁରେ ରହି ଆସୁଛନ୍ତି ଲାଖିଆ ହାଁସଦା । ପୂର୍ବରୁ ସାତଜଣ ସନ୍ତାନ ଥିବା ବେଳେ ଅଷ୍ଟମ ସନ୍ତାନ ୫ ମାସର ଶିଶୁକନ୍ୟାକୁ ଶୁଳିଆପଦା ବ୍ଲକ ଅନ୍ତର୍ଗତ ଧାତିକା ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଶିଶୁ କନ୍ୟାର ଲାଳନ ପାଳନ ପାଇଁ ଦେଇଛନ୍ତି ବୋଲି କହିଛନ୍ତି । ତେବେ ଘଟଣା ପ୍ରଘଟ ହେବାପରେ ସ୍ଥାନୀୟ ଅଙ୍ଗନୱାଡ଼ିକର୍ମୀ, ଆଶାକର୍ମୀ, ଆଇ ସି ଡ଼ି ଏସ  ଅଧିକାରୀମାନେ ଆସି ଘଟଣା ବିଷୟରେ ବୁଝିବା ପରେ ଶୁଳିଆପଦା ବ୍ଲକ ଅନ୍ତର୍ଗତ ଧାତିକା ଗ୍ରାମକୁ ଯାଇ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ଜଣା ପଡିଛି ।

ତେବେ ଲାଖିଆଙ୍କର ଆର୍ଥିକ ସଙ୍କଟ ଏବଂ ପାରିବାରିକ ସମସ୍ୟା ଯୋଗୁଁ ସେ ଏପରି କଠିନ ନିଷ୍ପତ୍ତି ନେଇଥିଲେ ବୋଲି ଆଲୋଚନା ହେଉଛି । ସେ ଆଶା କରିଥିଲେ ଯେ ଅନ୍ୟ ଲୋକଙ୍କ ହାତରେ ତାଙ୍କ ଝିଅର ଭଲ ଯତ୍ନ ହେବ । ଏହି ଘଟଣା ସାମାଜିକ ସୁରକ୍ଷା ଓ ପରିବାର କଲ୍ୟାଣ ବ୍ୟବସ୍ଥାକୁ ବିବାଦ ଘେରକୁ ଟାଣିଆଣିଛି । 

ସ୍ଥାନୀୟ ପ୍ରଶାସନ  ସେବା ସଂଗଠନଗୁଡିକ ଏହି ପରିସ୍ଥିତିରେ ହସ୍ତକ୍ଷେପ କରିବା ଜରୁରୀ ହୋଇ ପଡିଛି । ଶିଶୁର ସୁରକ୍ଷା ନିଶ୍ଚିତ କରିବା ପାଇଁ ଏବଂ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବି ଉଠୁଛି । ଏଭଳି ସ୍ଥିତିରେ ସମନ୍ୱିତ ଶିଶୁବିକାଶ ବିଭାଗ ପକ୍ଷରୁ ଶିଶୁସନ୍ତାନର ଆବଶ୍ୟକ ଯତ୍ନ ନେବା ପାଇଁ ପରିବାରକୁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦେବା ବର୍ତ୍ତମାନ ସମୟରେ ଗୁରୁତ୍ତ୍ୱପୂର୍ଣ୍ଣ ଆବଶ୍ୟକତା ରହିଥିବା ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଉଛି । ଅନ୍ୟପଟେ ଆଇ ସି ଡ଼ି ଏସ ବିଭାଗ ପକ୍ଷରୁ ମାଆ ଓ ଶିଶୁସନ୍ତାନ ପାଇଁ ଯୋଗାଇ ଦିଆଯାଉଥିବା ପୁଷ୍ଟିକର ଖାଦ୍ୟ ବାସ୍ତବରେ ପୁଷ୍ଟିକର ନା କେବଳ ଯୋଜନାର ଆବଶ୍ୟକତା ପୂରଣ ନାମରେ ମିଳିତ ହରିଲୁଟ ପାଇଁ କାର୍ଯ୍ୟକାରୀ କରାଯାଉଛି ତାର ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସଙ୍ଗେ ସଙ୍ଗେ ବ୍ୟତିକ୍ରମ କ୍ଷେତ୍ରରେ ଯୋଗାଣ ଦାୟିତ୍ଵ ସହିତ ଯୋଗାଣ ପୁଷ୍ଟିକର ଖାଦ୍ୟର ମାନ ଯାଞ୍ଚ କରୁଥିବା ବିଭାଗୀୟ ଅଧିକାରୀମାନଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ଏହି ଘଟଣା ସ୍ମରଣ କରାଇଦେଇଛି ଯେ ସମାଜରେ ଥିବା ଦୁର୍ବଳ ପରିବାରଗୁଡିକୁ ସମୟରେ ସହାୟତା ପ୍ରଦାନ କରିବା କେତେ ଗୁରୁତ୍ୱପୂର୍ଣ୍ଣ । ଶିଶୁ କଲ୍ୟାଣ ଏବଂ ପରିବାରିକ  ସମର୍ଥନ ପାଇଁ ସାମୂହିକ ପ୍ରୟାସ ଆବଶ୍ୟକ । ଅନ୍ୟପଟେ ଏଘଟଣା ପାଇଁ ପରୋକ୍ଷ ଏବଂ ପ୍ରତ୍ୟେକ୍ଷ ଭାବେ ଦାୟୀଙ୍କ ବିରୋଧରେ ଆଗକୁ କିପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଦେଖିବାକୁ ବାକି ରହିଲା ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS