BREAKING
Loading...
:

ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ଶିକ୍ଷା ଅଧିନିୟମ କୁ ଫୁ

 ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ଶିକ୍ଷା ଅଧିନିୟମ କୁ ଫୁ 


ବ୍ଲକ ଶିକ୍ଷାଧିକାରୀ  ନିଘୋଡ଼ ନିଦରେ.....

ଦଶପଲ୍ଲା (ମଣିଭଦ୍ରା ଖବର) କେନ୍ଦ୍ର ସରକାର ତଥା ରାଜ୍ୟ ସରକାର ଶିକ୍ଷା କୁ ଗୁରୁତ୍ୱ ଦେଇ ଅନେକ ଆଖିଦୃଷ୍ଟିଆ ପଦକ୍ଷେପ ନେବାରେ ଲାଗିଛନ୍ତି। କେତେବେଳେ ଛାତ୍ର ଛାତ୍ରୀ ଙ୍କ ପାଇଁ ଲାପଟୋପ ଯୋଜନା, ମେଧାବୃତ୍ତି ଯୋଜନା, ଡ୍ରେସ, ମିଡ଼ ଡେ ମିଲ ଯୋଜନା, ମାଗଣା ପୁସ୍ତକ ଯୋଜନା, ସ୍ମାର୍ଟ କ୍ଲାସ ଯୋଜନା ଆଦି ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ତେବେ ଦଶପଲ୍ଲା ବ୍ଲକ ରେ ପାଠ୍ୟ ଖସଡ଼ା ଅନୁସାରେ ଅଧିକାଂଶ ସ୍କୁଲ ରେ ପାଠ ପଢା ହୋଇନାହିଁ। ଏଥିପାଇଁ ଦାୟୀ କିଏ? ସରକାର ସବୁ ଯୋଜନା କରୁଛନ୍ତି ଛାତ୍ର ଛାତ୍ରୀ ଙ୍କ ଉନ୍ନତ ଶିକ୍ଷା ପ୍ରଦାନ ପାଇଁ ମାତ୍ର ସବୁ ପାଣି ଫୋଟକା ସଦୃଶ। ଶିକ୍ଷାଧିକାରୀ ବର୍ଷ ରେ ପ୍ରତି ସ୍କୁଲ କୁ ପରିଦର୍ଶନ ରେ ଆସି ସମସ୍ତ ବିଷୟ ପ୍ରତି ଧ୍ୟାନ ଦେବାର ପ୍ରାବଧାନ ରହିଛି। ମାତ୍ର ଶିକ୍ଷାଧିକାରୀ କେତୋଟି ସ୍କୁଲ ମଧ୍ୟ ଆଜି ପର୍ଯ୍ୟନ୍ତ ଦେଖି ନଥିବା ଶୁଣାଯାଉଛି। ପ୍ରାଇଭେଟ ସ୍କୁଲ କୁ ମଧ୍ୟ ଗସ୍ତ କରୁନାହାନ୍ତି। ସରକାର ଉନ୍ନତ ଶିକ୍ଷା ଯୋଜନା କରି ନାକେଦମ ହେଲାବେଳେ ଏଠି ନିୟମ ମୁତାବକ ପ୍ରାଇଭେଟ ସ୍କୁଲ ଗୁଡିକରେ ଯଦିଓ କେବଳ ତାଲିମ ପ୍ରାପ୍ତ ଶିକ୍ଷକ ଶିକ୍ଷାଦାନ କରିବାକୁ ଅଛି ଏଠି କିନ୍ତୁ ନିୟମ ଓଲଟା। କେବଳ କାଗଜ କଲମରେ ଶିକ୍ଷାଧିକାରୀ ଙ୍କ ଗୋଚରରେ ଅଣ ତାଲିମ ପ୍ରାପ୍ତ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି ଏଣୁ ଶିକ୍ଷା ବ୍ୟବସ୍ଥା କିଭଳି ଉନ୍ନତ ମାନର ତାହା ଆପଣ ମାନେ ଅନୁମାନ କରୁଥିବେ। ଏ ନେଇ ଗତ କାଲି ବିଧାନସଭା ରେ ଅଷ୍ଟମ ଶ୍ରେଣୀ ଛାତ୍ର ଙ୍କୁ ଫେଡ଼ାଣ, ହରଣ ନ ଆସିବା କଥା ଗଣ ଶିକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି।ତେବେ ଏଥିପାଇଁ ଶିକ୍ଷା ବିଭାଗ  ର ଅପାରଗତା ଦାଣ୍ଡରେ ପଡି ହାଟରେ ଗଡୁଛି। ତେଣୁ ଏଥି ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବୀ ହେଉଛି।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS