ଖଣ୍ଡପଡ଼ା( ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହର ପ୍ରାଚୀନ ଶୈବପୀଠ କାଳରୁ ପ୍ରଭୁ ଶ୍ରୀ ନୀଳକଣ୍ଠେଶ୍ଵର ଦେବଙ୍କ ଗତ ୭ ଦିନ ଧରି ଚାଲିଥିବା ଭାଗବତ ମାଘ ସପ୍ତାଙ୍ଗ କାର୍ଯ୍ୟକ୍ରମ ବୁଧବାର ଦିନ ସଂଧ୍ୟାରେ ଯଜ୍ଞର ପୂର୍ଣ୍ଣାହୁତି ଉତ୍ସବ ସହ ଶେଷ ହୋଇଯାଇଅଛି। ବ୍ରାହ୍ମଣ ସମାଜ ଦ୍ବାରା ସମସ୍ତ ମାଙ୍ଗଳିକ କାର୍ଯ୍ୟ କରାଯାଇଥିଲା। ଏଅବସର ହୋମ ଯଜ୍ଞର ଆୟୋଜନ, ଭାଗବତ ପାଠନ , ଅନ୍ନଭୋଗ ଦାନ ଆଦି କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଅଛି। ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରେ ଵହୁ ଭକ୍ତମାନଙ୍କ ସମାଗମ ହୋଇଥିଲା ଓ ଅନ୍ନ ପ୍ରସାଦ ସେବନ ବହୁ ଭକ୍ତ ଯୋଗ ଦାନ ଦେଇଥିଲେ । ସଂଧ୍ୟା ସମୟରେ ସେଠାରେ ଭାରତ ଲୀଳା ନାଟକ ବନ୍ଦୋବସ୍ତ ହୋଇଥିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


Post a Comment