BREAKING
Loading...
:

ବସ ଦୁର୍ଘଟଣାରେ ୬ ଗୁରୁତର ୧୫ଆହତ

 ବସ ଦୁର୍ଘଟଣାରେ ୬ ଗୁରୁତର ୧୫ଆହତ




ବୋଲଗଡ(ଖୋର୍ଦ୍ଧା) ମଣିଭଦ୍ରା ଖବର 

ଖୋର୍ଦ୍ଧା ଜିଲ୍ଲା,ବୋଲଗଡ ବ୍ଲକ ଗୋପବନ୍ଧୁ ଛକ ନିକଟରେ ସୋମବାର ଅପରାହ୍ନ. ନାରାୟଣୀ ନାମକ ବସ ଟି ରାସ୍ତା ପାର୍ଶ୍ୱକୁ ମାଡିଯାଇ ଏକ ଆମ୍ବ ଗଛରେ ମାଡ଼ ହେବାସହ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା. ଫଳରେ ଗାଡି ଚାଳକ ଚରଣ ପ୍ରଧାନ ହେଲପର ଅଶୋକ ପାତ୍ର ଓ କଣ୍ଡକ୍ଟର ରାଜକିଶୋର ସାହୁ ଙ୍କ ସମେତ ଅନ୍ୟ ତିନିଜଣ ଯାତ୍ରୀ ବୈକୁଣ୍ଠ ପ୍ରଧାନ ସସ୍ମିତା ବିଶ୍ୱାଳ ସ୍ନେହାମାୟୀ ପୁଷ୍ଟି ଓ କାର୍ତ୍ତିକ ନାୟକ ଗୁରୁତର ହୋଇଛନ୍ତି. ଅନ୍ୟ ୧୫ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି. ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି. ଗୁରୁତର ମାନଙ୍କୁ ଭୁବନେଶ୍ୱର ୧୦୮ଆମ୍ବୁଲାନ୍ସ ଯୋଗେ ପଠାଇଦିଆଯାଇଛି. ବସ ଟି ଭୁବନେଶ୍ୱରରୁ ବାଲିପଦର ଯାଉଥିଲା. ବୋଲଗଡ ଡାକ୍ତରଖାନା ଡାକ୍ତର ସ୍ନେହାଶିଷ ଗୁପ୍ତା, ସୁଷମା ବେହେରା, ଅରୁଣାଭ ପାଟ୍ଟଯୋଶୀ, ଦୀପକ ମହାନ୍ତି ଓ ସମସ୍ତ କର୍ମଚାରୀଙ୍କ ସହଯୋଗ ରେ ଗୁରୁତର ଙ୍କୁ ବୋଲଗଡ଼ ଡାକ୍ତରଖାନାରେ ଚିକିତ୍ସା ଯୋଗାଇଦିଆଯାଇଛି. ସ୍ଥାନୀୟ ଜନସାଧାରଣ ଡାକ୍ତରଖାନା କର୍ମଚାରୀ ଙ୍କୁ ପ୍ରଶଂସା ସହିତ ସାଧୁବାଦ ଜଣାଇଛନ୍ତି

 ବୋଲଗଡ଼ ରୁ ରୀନା ସାହୁଙ୍କ ରିପୋର୍ଟ ମଣିଭଦ୍ରା ଖବର

Post a Comment

أحدث أقدم
Header ADS