BREAKING
Loading...
:

ବାବା ଆଖଣ୍ଡଳମଣି ଙ୍କ ୩୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

 ବାବା ଆଖଣ୍ଡଳମଣି ଙ୍କ ୩୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଖଣ୍ଡପଡ଼ା ୧୧,୧( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବନମାଳୀ ପୁର ପଞ୍ଚାୟତ ଅଧୀନ ବାହାଡା ଗ୍ରାମ ରେ ବାବା ଆଖଣ୍ଡଳମଣି ପୀଠରେ ୩୯ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୋମବାର ସକାଳୁ ଗ୍ରାମ ର ମହିଳା ଓ ପୁରୁଷ ଠାକୁର ଙ୍କ କଳସ ସ୍ଥାପନ କରି ଥିଲେ। ପଣ୍ଡିତ ମହେଶ୍ୱର ମିଶ୍ରଙ୍କ ସହିତ ଅଜୟ ମିଶ୍ର ନିତୀ ନିୟମ ଅନୁସାରେ ପୂଜା ପାଠ କରି ଥିଲେ। ବିଶ୍ଵ କଲ୍ୟାଣ ନିମିତ୍ତ ହୋମ ଯଜ୍ଞର ଆୟୋଜନ କରାଯାଉଥିଲା। ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ଗ୍ରାମ ବାସିନ୍ଦା ପାଖ ଅଞ୍ଚଳ ର ସମସ୍ତଶ୍ରନ୍ଧାଳୁ ଭକ୍ତ ଙ୍କ ଭିଡ଼ ଲାଗିରହିଥଲା। ମାନସିକ ବ୍ରତ କରି ଥିବା ମହିଳା, ପୁରୁଷ ଏକାଠି ହୋଇ ଠାକୁରଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଗ୍ରାମ ବାସିନ୍ଦା ଙ୍କ ସହଯୋଗ ରାତ୍ରରେ ପୈାରାଣିକ ନାଟକ ବନ୍ଦୋବସ୍ତ ହୋଇଥିଲା। ଗ୍ରାମ ବାସିନ୍ଦା ଓ ବୈଯେଷ୍ଠ ବେକ୍ତି ସହଯୋଗ କରିଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS