ପଠାଣି ସାମନ୍ତ କପ୍ ଫୁଟବଲ୍ ଟ୍ରୂର୍ଣ୍ଣାମେଣ୍ଟ, ସ୍ପୋର୍ଟସ ହଷ୍ଟେଲ ନୟାଗଡ଼ ବିଜୟ।
ଖଣ୍ଡପଡ଼ା ୧୦,୨( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ମଧୂଵନ ମିନି ଷ୍ଟାଡିୟମ ପରିସରରେ ଚାଲିଥିବା ଜିଲ୍ଲା ସ୍ତରୀୟ ପଠାଣି ସାମନ୍ତ କପ୍ ଫୁଟବଲ୍ ଟ୍ରୂର୍ଣ୍ଣାମେଣ୍ଟ ର ଦୁତିୟ ଦିନ ମ୍ୟାଚ ରେ ନୟାଗଡ଼ ସ୍ପୋର୍ଟସ ହଷ୍ଟେଲ ୨-୦ ଗୋଲ ରେ ବାଇଗୁଣିଆ ଫୁଟବଲ୍ ଟିମ୍ କୁ ପରାସ୍ତ କରି ହରାଇ ବିଜୟୀ ହାସଲ କରିଛି। ସୁର୍ଯ୍ୟ କାନ୍ତ ଦଳବେହେରା ମ୍ୟାଚ କୁ ପରିଚାଳନା କରିଥିଲାବେଳେ ତାଙ୍କୁ ଲାଇନ ସହଯୋଗ କରିଥିଲେ କ୍ରୀଡ଼ା ଶିକ୍ଷକ ସମୀର କୁମାର ଖୁଣ୍ଟିଆ ଓ ସତ୍ୟ ନାରାୟଣ ମହାନ୍ତି । ମୂଖ୍ୟ ଅତିଥି ଭାବେ ସମାଜସେବୀ ଲୋକନାଥ ମହାନ୍ତି, ସମ୍ମାନିତ ଅତିଥି ଭାବେ ସୁଧାଂଶୁ ମୋହନ ପଟନାୟକ ଯୋଗଦେଇ ଉଭୟ ଦଳର ଖେଳାଳୀ ଓ ଆୟୋଜକ କର୍ମକର୍ତା ଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତା କାଲି ମଙ୍ଗଳବାର ୧୧ ନୟାଗଡ଼ କ୍ଲବ ବୋଲଗଡ଼ ଫୁଟବଲ୍ କ୍ଲବ ମଧ୍ୟରେ ୩ ୟ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଯୁବକ ସଂଘ ସଦସ୍ୟ ମାନେ ମ୍ୟାଚ ପରିଚାଳନା ରେ ସହଯୋଗ କରିଥିବା ବେଳେ ଖଣ୍ଡପଡ଼ା ଅଞ୍ଚଳ ର ସମସ୍ତ ଖେଳ ପ୍ରେମି ଓ ଆଖପାଖ ଅଞ୍ଚଳର ସମସ୍ତ ଦର୍ଶକପ୍ରାୟ୩୦୦୦ ରୁ ଉର୍ଦ୍ଧ ସମାଗମ ହୋଇଥିବା ଜଣାପଡିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ


إرسال تعليق