BREAKING
Loading...
:

ପଠାଣି ସାମନ୍ତ କପ୍ ଫୁଟବଲ୍ ଟ୍ରୂର୍ଣ୍ଣାମେଣ୍ଟ, ସ୍ପୋର୍ଟସ ହଷ୍ଟେଲ ନୟାଗଡ଼ ବିଜୟ

 ପଠାଣି ସାମନ୍ତ କପ୍ ଫୁଟବଲ୍ ଟ୍ରୂର୍ଣ୍ଣାମେଣ୍ଟ, ସ୍ପୋର୍ଟସ ହଷ୍ଟେଲ ନୟାଗଡ଼ ବିଜୟ।

ଖଣ୍ଡପଡ଼ା ୧୦,୨( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ମଧୂଵନ ମିନି ଷ୍ଟାଡିୟମ ପରିସରରେ ଚାଲିଥିବା ଜିଲ୍ଲା ସ୍ତରୀୟ ପଠାଣି ସାମନ୍ତ କପ୍ ଫୁଟବଲ୍ ଟ୍ରୂର୍ଣ୍ଣାମେଣ୍ଟ ର ଦୁତିୟ ଦିନ ମ୍ୟାଚ ରେ ନୟାଗଡ଼ ସ୍ପୋର୍ଟସ ହଷ୍ଟେଲ ୨-୦ ଗୋଲ ରେ ବାଇଗୁଣିଆ ଫୁଟବଲ୍ ଟିମ୍ କୁ ପରାସ୍ତ କରି ହରାଇ ବିଜୟୀ ହାସଲ କରିଛି। ସୁର୍ଯ୍ୟ କାନ୍ତ ଦଳବେହେରା ମ୍ୟାଚ କୁ ପରିଚାଳନା କରିଥିଲାବେଳେ ତାଙ୍କୁ ଲାଇନ ସହଯୋଗ କରିଥିଲେ କ୍ରୀଡ଼ା ଶିକ୍ଷକ ସମୀର କୁମାର ଖୁଣ୍ଟିଆ ଓ ସତ୍ୟ ନାରାୟଣ ମହାନ୍ତି । ମୂଖ୍ୟ ଅତିଥି ଭାବେ ସମାଜସେବୀ ଲୋକନାଥ ମହାନ୍ତି, ସମ୍ମାନିତ ଅତିଥି ଭାବେ ସୁଧାଂଶୁ ମୋହନ ପଟନାୟକ ଯୋଗଦେଇ ଉଭୟ ଦଳର ଖେଳାଳୀ ଓ ଆୟୋଜକ କର୍ମକର୍ତା ଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତା କାଲି ମଙ୍ଗଳବାର ୧୧ ନୟାଗଡ଼ କ୍ଲବ ବୋଲଗଡ଼ ଫୁଟବଲ୍ କ୍ଲବ ମଧ୍ୟରେ ୩ ୟ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଯୁବକ ସଂଘ ସଦସ୍ୟ ମାନେ ମ୍ୟାଚ ପରିଚାଳନା ରେ ସହଯୋଗ କରିଥିବା ବେଳେ ଖଣ୍ଡପଡ଼ା  ଅଞ୍ଚଳ ର ସମସ୍ତ ଖେଳ ପ୍ରେମି ଓ ଆଖପାଖ ଅଞ୍ଚଳର ସମସ୍ତ ଦର୍ଶକପ୍ରାୟ୩୦୦୦ ରୁ ଉର୍ଦ୍ଧ ସମାଗମ ହୋଇଥିବା ଜଣାପଡିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

Previous Post Next Post
Header ADS