BREAKING
Loading...
:

କଟକ ବାଲିଯାତ୍ରାକୁ ମିଳିଲା 'ଜାତୀୟ ମାନ୍ୟତା', ରାଜ୍ୟସଭାରେ ସୂଚନା ଦେଲେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ

 କଟକ ବାଲିଯାତ୍ରାକୁ ମିଳିଲା 'ଜାତୀୟ ମାନ୍ୟତା', ରାଜ୍ୟସଭାରେ ସୂଚନା ଦେଲେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ


କଟକ ବାଲିଯାତ୍ରାକୁ ମିଳିଲା 'ଜାତୀୟ ମାନ୍ୟତା' । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ 'ଜାତୀୟ ମାନ୍ୟତା' ନେଇ ସୂଚନା ପ୍ରକାଶ ପାଇଛି । ଆଜି ରାଜ୍ୟସଭାରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏହି ସୂଚନା ଦେଇଛନ୍ତି । ଏହାଛଡା କଟକ ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ଦିଆଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।


ସେଥିପାଇଁ ବିଭିନ୍ନ ଜାତୀୟସ୍ତର‌ କାର୍ଯ୍ୟକ୍ରମରେ ଏ ନେଇ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ ସୂଚନା ଦେଇଛନ୍ତି। ବାଲିଯାତ୍ରାକୁ ୟୁନେସ୍କୋ ମାନ୍ୟତା ଦେବାକୁ କମିଟି ଗଠନ କରାଯାଇଛି।


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆର ବାଲିରେ କଟକର ଐତିହାସିକ ବାଲିଯାତ୍ରା ସଂପର୍କରେ ୨୦୨୩ରେ କହିଥିବା ବେଳେ ନିକଟରେ ଦିଲ୍ଲୀରେ ଆୟୋଜିତ ଓଡ଼ିଶା ପର୍ବରେ ବି ପ୍ରଧାନମନ୍ତ୍ରୀ ଯୋଗଦେଇ ବାଲିଯାତ୍ରା କଥା କହିବା ସହ ବାଲିଯାତ୍ରା ଦିବସ ପାଳନ ଉପରେ ଗୁରୁତ୍ବାରୋପ କରିଥିଲେ। ଦୁଃସାହିକ ସମୁଦ୍ର ଯାତ୍ରା କରି ଓଡ଼ିଆ ସାଧବ ପୁଅ ଇଣ୍ଡୋନେସିଆ, ଜାଭା, ସୁମାତ୍ରାକୁ ଯାଇ ନୌବାଣିଜ୍ୟ ସଂପର୍କ ରଖିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିବା ସହିତ ମହାନଦୀ ତଟରେ ଆୟୋଜନ ହେଉଥିବା ବାଲିଯାତ୍ରା ସଂପର୍କରେ ବର୍ଣ୍ଣନା କରିଥିଲେ । ବଳିଯାତ୍ରାକୁ 'ଜାତୀୟ ମାନ୍ୟତା' ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ପ୍ରତିଶ୍ରୁତି ରଖିଛନ୍ତି ।

ଡ଼.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS