BREAKING
Loading...
:

ପୋଚ ଜବତ, ଜଣେ ଗିରଫ



 କଟକ ( ମଣିଭଦ୍ରା ଖବର) କଟକ ଜିଲ୍ଲା ଅବକାରୀ ଅଧୀକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀ ଏବଂ ପୋଲିସ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂହ ଙ୍କ ନିର୍ଦେଶ କ୍ରମେ  ଏବଂ ଆଠଗଡ Executive Magistrate ଶ୍ରୀ କ୍ଷେତ୍ରମୋହନ ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ୍ୟ ତତ୍ୱାବଧାନ ରେ ତିଗିରିଆ ଥାନା ଅନ୍ତର୍ଗତ ପଣସପାଟଣା, ଭୀରୁଡ଼ା, ହରିଡ଼ାପଶି ଗ୍ରାମରେ ଆଠଗଡ ଅବକାରୀ ବିଭାଗ, କଟକ ଜ଼ିଲ୍ଲା ଭ୍ରମ୍ୟାମନ ଅବକାରୀ ବିଭାଗ ଏବଂ ବାଙ୍କୀ ଅବକାରୀ ଥାନା, ନରସିଂହପୁର ଅବକାରୀ ଥାନା, ସଦର ରେଞ୍ଜ ଓ ରୁରାଲ ରେଞ୍ଜ ଅବକାରୀ ବିଭାଗ, ତିଗିରିଆ ପୋଲିସ ଓ APR Force ସହିତ ଏକ ମିଳିତ ଚଡାଉ କରାଯାଇ ଥିଲା। ଉକ୍ତ ଚଡାଉ ରେ ସର୍ବମୋଟ ୧୮୨୦ ଲିଟର ଦେଶୀ ମଦ ସହିତ ୧୪୦୦୦  ଲିଟର ମଦ ପ୍ରସ୍ତୁତ ନିମନ୍ତେ ବ୍ୟବହୃତ ହେଉଥିବା ଗୁଡ ପୋଚ ଉଦ୍ଧାର କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଯାଇଛି ଏବଂ ୫ ଗୋଟି ମାମଲା ରୁଜୁ କରା ଯାଇଛି। 

  ଏହି ସଂକ୍ରାନ୍ତ ରେ ସୁପ୍ରିୟ ସାନ୍ତରା,ବୟସ ୨୪, ପିତା -ବୈଷ୍ଣବ ବେହେରା , ଗ୍ରାମ - ହରିଡ଼ାପଶି , ଥାନା- ତିଗିରିଆ ନାମକ ଜଣେ ବ୍ୟକ୍ତି କୁ ଘଟଣା ସ୍ଥଳ ରେ ୬୩0 ଲିଟର ମଦ, ୩୧୫୦ ଲିଟର ଗୁଡ ପୋଚ ସହିତ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି 


ଏହି ଚଡାଉ ରେ ଉପସ୍ଥିତ ଥିବା ଅଫିସର 

୧)କ୍ଷେତ୍ରମୋହନ ସ୍ୱାଇଁ ତହସିଲଦାର ଆଠଗଡ 

୨) ରବି ନାରାୟଣ ପ୍ରଧାନ ଅବକାରୀ ନିରୀକ୍ଷକ ଆଠଗଡ 

୩) ଅଭିରାମ ସାହୁ IIC ଜ଼ିଲ୍ଲା ଭ୍ରମ୍ୟମାନ ଅବକାରୀ ବିଭାଗ 

୪) ସମରେନ୍ଦ୍ର ପାଇକରାୟ IIC ତିଗିରିଆ 

୫) ଅରୁଣ ଭୋଇ ଅବକାରୀ ଉପ ନିରୀକ୍ଷକ ଆଠଗଡ 

୬)ସୌମ୍ୟ ରଞ୍ଜନ ମାଝୀ ଉପ ନିରୀକ୍ଷକ ବାଙ୍କୀ 

୭) ସନ୍ଧ୍ୟା ରାଣୀ ଦାସ ଅବକାରୀ ଉପ ନିରୀକ୍ଷ୍ୟକ ନରସିଂହପୁର 

୮)ଅଜିତ ପାତ୍ର ଅବକାରୀ ଉପ ନିରୀକ୍ଷକ କଟକ ୨

୯) ବାପି ସାହୂ ଅବକାରୀ ଉପ ନିରୀକ୍ଷକ ଚୌଦ୍ୱାର 



  ଏବଂ ସମସ୍ତ ଅବକାରୀ ସହକର୍ମୀ...

କଟକ ରୁ ମାନସ କୁମାର ସାହୁ ଙ୍କ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS