* *"ମା ତାରା ତାରିଣୀ ମହୋତ୍ସବ ଉଦଯାପିତ
ଭୁବନେଶ୍ଵର (ମଣିଭଦ୍ରା ଖବର) ଓଡିଶୀ ନୃତ୍ୟାୟନ, ବ୍ରହ୍ମପୁର ତରଫରୁ ଆଜି *" ମା ତାରା ତାରିଣୀ ମହୋତ୍ସବ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ, ବ୍ରହ୍ମପୁର, ଖେଳ ପଡିଆ ଠାରେ ଉଦଯାପିତ ହୋଇଯାଇଅଛି । ମହୋତ୍ସବ ର ସଭାପତି ସିମାଞ୍ଚଳ ବାରିକ ସଭାପତିତ୍ୱ କରିଥିବା ବେଳେ, ଗୁରୁ ଶିଵ ରାମ ବାରିକ ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ । ମହୋତ୍ସବ ର ସଂପାଦକ ସଂଗ୍ରାମ କୁମାର ଦାସ ବିବରଣୀ ପାଠ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଓଡ଼ିଶା ସଙ୍ଗୀତ ନାଟକ ଏକଡୋମି ପୁରସ୍କାର ପ୍ରାପ୍ତ ଗୁରୁ ରଘୁନାଥ ପାତ୍ର, ଓଡିଶୀ ସଂଗୀତ ଉସ୍ତାଦ ବିଶ୍ମିଲା ଖାନ୍, ଜାତୀୟ ଯୁବ ପୁରସ୍କାର ପ୍ରାପ୍ତ ଗୁରୁ ଶ୍ରୀମତି ସୋନାଲି ମହାପାତ୍ର ଓ ସୁଜତା ସାବତ ପାଢ଼ୀ, ଭା.ଜ.ପା ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସୋସିଆଲ ମିଡ଼ିଆ ସଂଯୋଜିକା, ଉପଦେଷ୍ଟା ଇଂ. ଅଭୟେନ୍ଦୁ ଶେଖର ପଟ୍ଟନାୟକ ଏବଂ ଶ୍ରୀ ଭବାନୀ ଚରଣ ମିଶ୍ର, ମଞ୍ଚ ରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ, ଓଡ଼ିଶାର ବିଭିନ୍ନ ଲୋକନୃତ୍ୟ କଳାକାର ମାନଙ୍କ ଦ୍ଵାରା ବିଭିନ୍ନ ନୃତ୍ୟ ପରିବେଷଣ କରାଯାଇଥିଲା । କଳାକାର ଙ୍କ ଦ୍ଵାରା ପରିବେଷିତ କାର୍ଯ୍ୟକ୍ରମ ଅତି ଉଚ୍ଚ କୋଟିର ହୋଇଥିବା ନେଇ ଅତିଥି ଗଣ ପ୍ରଶଂସା କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଶହ ଶହ ଦର୍ଶକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଉପ ସଭାପତି ଡ଼ଃ, ଚନ୍ଦନ ଗନ୍ତାୟତ, କାର୍ଯ୍ୟକାରୀ ସମ୍ପାଦକ ପ୍ରଭାତ କୁମାର ପାତ୍ର , କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ବିଶ୍ବମ୍ବର ବେହେରା, ସୁଶ୍ରୀ ସଂଗୀତା ପାଣିଗ୍ରାହୀ, ଶ୍ରୀମତି ଆଶାଲତା ପଟ୍ଟନାୟକ, ସାଂସ୍କୃତିକ ମୁଖ୍ୟ ରାଜେଶ କୁମାର ପାତ୍ର, ଭାରତ ନାଟ୍ୟମ୍ ଗୁରୁ ଶ୍ରୀମାନ ରାଧେଶ୍ୟାମ୍ ତରେଇ, ସହଯୋଗ କରିଥିବା ବେଳେ ଶିବାନନ୍ଦ ବାରିକ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ସହ ସମ୍ପାଦକ ଶ୍ରୀ ମିହିର୍ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l
ଡ.ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment