ମଣିଭଦ୍ରା ଖବରର ମହାପ୍ରଭାବ,ଖବର ପ୍ରକାଶନ ପରେ ସଫା ହେଲା ଯଜ୍ଞସ୍ଥଳ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଳକ ମଣିଭଦ୍ରା ପାହାଡ ପାଦଦେଶରେ ବିରାଜିତ ମା କଳାପାଟ ଠାକୁରାଣୀଙ୍କ ପୀଠରେ ଗତ ୪ ତାରିଖରୁ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ଏହି ମହାଯଜ୍ଞରେ ବ୍ୟବସାୟ କରିବାକୁ ଆସିଥିବା ବ୍ୟବସାୟୀ ମାନେ ଯିବା ପରେ ଜରି, ଠୁଙ୍ଗା, ଖଲି, କାଗଜପତ୍ର ଆଦି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା ପଡ଼ି ରହି ପୂର୍ତ୍ତଗନ୍ଧମୟ ପରିବେଶ ସୃଷ୍ଟି କରୁଥିବା ବେଳେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉ ନଥିଲା ।
ଦୀର୍ଘ ୧୨ ଦିନ ଧରି ଏହି ପୀଠ ଏଭଳି ଅପରିଷ୍କାର ହୋଇ ପଡ଼ି ରହିଥିଲେ ମଧ୍ୟ ନା କୈାଣସି ସ୍ବେଛାସେବୀ ସଂଗଠନ ନା କୈାଣସି ପ୍ରଶାସନିକ ଅଧିକାରୀ ଏଠାକାର ପରିବେଶ ପରିଷ୍କାର କରାଇବାକୁ ଅଣ୍ଟା ଭିଡ଼ି ଥିଲେ । ତେବେ ଏ ନେଇ ଗତକାଲି ମଣିଭଦ୍ରା ଖବରରେ "ସରିଗଲା ବିଶ୍ଵଶାନ୍ତି ମହାଯଜ୍ଞ, ପଡ଼ି ରହିଛି କୁଢ଼ କୁଢ଼ ଅଳିଆ" ସମ୍ପର୍କିତ ଖବର ପ୍ରକାଶିତ ହୋଇଥିଲା । ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇଛି ।
ଆଜି ପ୍ରଶାସନ ତରଫରୁ ଯାତ୍ରା ପଡିଆ ପରିସ୍କାର କରିବା ସହିତ ଏଣେତେଣେ ପଡ଼ିଥିବା ଅଳିଆ ଆବର୍ଜ୍ଜନାକୁ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି । ବୁଦ୍ଧିଜୀବୀ ମାନେ ମଣିଭଦ୍ରା ଖବରକୁ କୃତଜ୍ଞତା ଜ୍ଞାପନ କରିବା ସହିତ ଭୂୟସୀ ପ୍ରଶଂସା କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର




Post a Comment