BREAKING
Loading...
:

ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

 ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ 

ଦଶପଲ୍ଲା (ମଣିଭଦ୍ରା ଖବର)

ଦୀର୍ଘ ଦିନ ବ୍ୟବଧାନ ପରେ ଆଜି ବାରପୁରିକିଆ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ୨ହଳ ଲେଖାଏଁ ପୋଷାକ ବିତରଣ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ନିରୁପମା ଘଡେ଼ଇ, ପ୍ରଦୀପ୍ତ ସୁବୁଦ୍ଧି, ଶିକ୍ଷକ ନାରାୟଣ ପୃଷ୍ଟି, ଶିକ୍ଷୟିତ୍ରୀ ସସ୍ମିତା ଦାଶ, ସମ୍ବାଦ ଦାତା ଡା.ପ୍ରଫୁଲ୍ଳ କୁମାର ଦାଶ, ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କ ଉପସ୍ଥିତିରେ ଏକ ବୈଠକ କରାଯାଇ ପୋଷାକ ବିତରଣ କରାଯାଇଥିଲା। ପୁ୍ନଶ୍ଚ ଯୋତା,ମୋଜା,ଟ୍ରାକ୍ ସୁଟ୍,ଆଇକାର୍ଡ ଏବଂ ଟୋପି  ମଧ୍ୟ ଦିଆଯିବ । ପ୍ରତି ପିଲା ପାଇଁ ୫ଶହ ଟଙ୍କା ଲେଖାଏ ଶିକ୍ଷା ବିଭାଗରୁ ବିଦ୍ୟାଳୟ କୁ ଆସିଥିବା ଶିକ୍ଷକ ଶ୍ରୀ ପୃଷ୍ଟି କହିଛନ୍ତି। ଖୁବ୍ ଶୀଘ୍ର ଏସବୁ ଜିନିଷ ପିଲାମାନଙ୍କୁ ଦିଆଯିବାର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ ବୃନ୍ଦ ।

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର

Post a Comment

Previous Post Next Post
Header ADS