କଟକ (ମାନସ କୁମାର ସାହୁ) ଭାରତୀୟ କିମ୍ବଦନ୍ତି ଅଫ୍ସ୍ପିନର୍ ତଥା ଉପଯୋଗୀ ଅଲରାଉଣ୍ଡର୍ ରବିଚନ୍ଦ୍ରନ ଅଶ୍ବିନ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ବ୍ରିସ୍ବେନ୍ରେ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ୍ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହେବା ପରେ ପରେ ଅଶ୍ବିନ ଅଚାନକ ଏଭଳି ନିଷ୍ପତ୍ତି ବିଷୟରେ ସୂଚନା ଦେଇଥିଲେ। ୫ ମ୍ୟାଚ୍ ବିଶିଷ୍ଟ ଏହି ଶୃଙ୍ଖଳାରେ ୩ ମ୍ୟାଚ୍ ସରିଥିଲା ବେଳେ ଅଶ୍ବିନ କେବଳ ଗୋଟିଏ ମ୍ୟାଚ୍ ଆଡିଲେଡ୍ରେ ଖେଳିଥିଲେ। ଏହି ଦିବା-ରାତ୍ର ଟେଷ୍ଟ୍ରେ ସେ ୧/୫୩ ବୋଲିଂ ସଫଳତା ପାଇଥିଲେ। ତାଙ୍କ ଅବସର ଖବର ପ୍ରକାଶ ପାଇବା ପରେ ଭାରତୀୟ ଡ୍ରେସିଂ ରୁମ୍ ଶାନ୍ତ ପଡ଼ିଯାଇଥିଲା। ଅଶ୍ବିନଙ୍କ ବାପା ଏହି ଘୋଷଣା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବୋଲି କହିଛନ୍ତି।
ମଣିଭଦ୍ରା ଖବର, କଟକ


Post a Comment