ଗଞ୍ଜାମ ଦିଗଦର୍ଶନ ୟୁଦ କ୍ଲବ ନେହେରୁ ଯୁବ କେନ୍ଦ୍ର ମିଳିତ ଆନୁକୂଲ୍ୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ର ପ୍ରସ୍ତୁତି ବୈଠକ
(ମଣିଭଦ୍ରା ଖବର) ଗଞ୍ଜାମ ସହର ସ୍ଥିତ ମିନିଷ୍ଟାଡିଅମ ସମୀକ୍ଷା କକ୍ଷରେ ଦିଗଦର୍ଶନ ୟୁଦ କ୍ଲବ ନେହେରୁ ଯୁବ କେନ୍ଦ୍ର ର ସମ୍ପାଦିକା ସୁଶ୍ରୀ ବିଜୟ ଲଷ୍ମୀ ମହାକୁଡଙ୍କ. ଆୟୋଜନ ରେ ଆୟୋଜିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ପାଦିକା ସୁଶ୍ରୀ ମାହାଙ୍କୁଡ ସମସ୍ତ ସଦସ୍ୟ ମାନଙ୍କୁ କ୍ରୀଡା ପ୍ରତିଯୋଗିତା ର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ସୁଶ୍ରୀ ମାହାଙ୍କୁଡ କହିଛନ୍ତି ଆସନ୍ତା ରବିବାର ବାଇଶି ତାରିଖ ରେ ଗଞ୍ଜାମ ମିନିଷ୍ଟାଡିଅମ ରେ କ୍ରୀଡା ପ୍ରତିଯୋଗିତା ଆରମ୍ଭ ହେବ ଏବଂ ଗଞ୍ଜାମ ଜିଲ୍ଲା ର. କୋଣ ଅନୁକୋଣରେ . ରହୁଥିବା ସମସ୍ତ କ୍ରୀଡା ପ୍ରତିଯୋଗୀ ଛାତ୍ର ଛାତ୍ରୀ ମାନେ ଆସିବେ । ସେମାନଙ୍କ ସୁରକ୍ଷା ନିମନ୍ତେ ସମସ୍ତ ସଦସ୍ୟ ଙ୍କୁ ସହଯୋଗର ହାତବଢ଼ାଇବାକୁ ଅନୁରୋଧ କରି କହିଥିବା ବେଳେ ଚିଠି ମାଧ୍ୟମରେ ସ୍ଥାନୀୟ ପ୍ରଶାସନ ଙ୍କୁ ଅନୁରୋଧ କରିଛନ୍ତି । ଉକ୍ତ ବୈଠକରେ ଚିଣ୍ଟୁ ପାଢ଼ୀ ପ୍ରିତମ ମହାନ୍ତି.ରାକେଶ ଭାଇ. ସନ୍ତୋଷ ସାହୁ. ରାଧାରମନପାଢ଼ୀ .ସମାଜସେବି ଶୁଭ ନାରାୟଣ ପଟନାୟକ.ସାମ୍ବାଦିକ ଉମାକାନ୍ତ ବେହେରା ପ୍ରସାଦ ମହାପାତ୍ର. ସୁନୀଲ ବେହେରା ଓରୋପ ଭିକି ଉପସ୍ଥିତ ଥିଲେ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment