*କନ୍ଧମାଳ ଜିଲ୍ଲାରେ ୪ ମାସ ଧରି ଚାଉଳ ନ ମିଳିବାରୁ ୨ ଜଣଙ୍କ ମୃତ୍ୟୁ ସମ୍ପୂର୍ଣ୍ଣ ମିଛ କଥା : ଯୋଗାଣ ମନ୍ତ୍ରୀ*
ଭୁବନେଶ୍ଵର (ମଣିଭଦ୍ରା ଖବର) କନ୍ଧମାଳ ଜିଲ୍ଲାରେ ୪ ମାସ ଧରି ଚାଉଳ ନ ମିଳିବା ଯାହା ଫଳରେ ଲୋକେ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ହୋଇଛି, ତାହା ସମ୍ପୂର୍ଣ୍ଣ ମିଛ ବୋଲି କହିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେମାନଙ୍କୁ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଉଳ ମିଳିଛି । ଯେଉଁମାନେ କହୁଛନ୍ତି ୪ ମାସ ହେଲା ମିଳିନଥିଲା ତାହା ମିଛ କଥା । ସେମାନେ ଚାଉଳ ଅଭାବରୁ ମରିନାହାନ୍ତି । ମେଡିକାଲରୁ ଡାକ୍ତର ଗଲେ ପରୀକ୍ଷା କରି ଦେଖିଲେ, ବିଷାକ୍ତ ଖାଦ୍ୟ ଖାଇ ମରିଛନ୍ତି । ସେମାନଙ୍କ ଆମ୍ବ ଟାକୁଆ ଜାଉ ଖାଦ୍ୟ ହେଉଛି ପାରମ୍ପାରିକ ଖାଦ୍ୟ । ଏହି ଖାଦ୍ୟ ୩ରୁ ୪ ଦିନ ରହିଯାଇଥିବାରୁ ତାହା ବିଷାକ୍ତ ହୋଇଯାଇଛି । ସେହି କାରଣରୁ ସେମାନଙ୍କ ମୃତ୍ୟୁ ହୋଇଛି । ଚାଉଳ ଅଭାବରୁ ମୃତ୍ୟୁ ହୋଇନି । ସେହିଦିନ ମଧ୍ୟ ପଖାଳ ସହ ଆମ୍ବ ଟାକୁଆ ଜାଉ ଖାଉଥିଲେ । ଯଦି ଚାଉଳ ଅଭାବ ରହିଥାନ୍ତା ତେବେ ସେମାନେ କିପରି ପଖାଳ ଖାଇଲେ ବୋଲି ମନ୍ତ୍ରୀ କହିଥିଲେ ।
ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق