BREAKING
Loading...
:

ଶୋକସଭାରେ ମଦ ପିଇ ଉନ୍ମତ୍ତ କାଣ୍ଡ ସାମ୍ବାଦିକଙ୍କ ପାଇଁ ମହଙ୍ଗା ପଡ଼ିଲା

 ଶୋକସଭାରେ ମଦ ପିଇ ଉନ୍ମତ୍ତ କାଣ୍ଡ ସାମ୍ବାଦିକଙ୍କ ପାଇଁ ମହଙ୍ଗା ପଡ଼ିଲା


ଭୁବନେଶ୍ଵର (ମଣିଭଦ୍ରା ଖବର) ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ବିଜୟ ଦ୍ବିବେଦୀଙ୍କ ଶୋକସଭା ଅବସରରେ ବାଲାଜୀ ମନ୍ଦିର ଭଳି ପବିତ୍ର ସ୍ଥାନରେ ପ୍ରବଳ ମଦପିଇ ହଙ୍ଗାମା କରିବା ସହିତ ଏହି ଶୋକସଭାରେ ଯୋଗ ଦେଇଥିବା ଲାଞ୍ଜିଗଡ ବ୍ଲକର ସାମ୍ବାଦିକମାନଙ୍କୁ ଆକ୍ରମଣ ଉଦ୍ୟମ, ହତ୍ୟା ଧମକ ଦେବା ଓ ଜାତିଆଣ ଆକ୍ଷେପ କରିବା ଭବାନୀପାଟଣା ସହରର ଜଣେ ସାମ୍ବାଦିକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏପରିକି ସମ୍ପୃକ୍ତ ସାମ୍ବାଦିକଙ୍କ ନାଁରେ ମାମଲା ରୁଜୁ କରିଛି ଭବାନୀପାଟଣା ଟାଉନ ଥାନା ପୁଲିସ। ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ଦିନ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ବିଜୟ ଦ୍ବିବେଦୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭବାନୀପାଟଣା ବାଲାଜୀ ମନ୍ଦିର ପରିସରରେ ଏକ ଶୋକସଭା ଓ ପ୍ରସାଦସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଅନେକ ସାମ୍ବାଦିକ, ବୁଦ୍ଧିଜୀବୀ, ରାଜନେତା ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଭବାନୀପାଟଣାର ସାମ୍ବାଦିକ ରଜନୀ ମିଶ୍ର ପ୍ରବଳ ମଦପିଇ ଉତ୍ପାତ କରିବା ସହିତ ଲାଞ୍ଜିଗଡରୁ ଆସିଥିବା ସାମ୍ବାଦିକମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ତମମାନଙ୍କୁ ଭବାନୀପାଟଣା ସହରକୁ ପଶାଇ ଦେବିନି ଗୋଡ଼ହାତ ଭାଙ୍ଗିଦେବି, ଜଣ ଜଣ କରି ଜୀବନରେ ମାରିବି ବୋଲି ଧମକ ଦେବା ଓ କିଛି ସାମ୍ବାଦିକଙ୍କୁ ଜାତିଆଣ ଆକ୍ଷେପ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ଭବାନୀପାଟଣା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି। ଏପରିକି ଶ୍ରୀ ମିଶ୍ର ଥାନା ସାମ୍ନାରେ ପୁଲିସ ଉପସ୍ଥିତିରେ ମଧ୍ୟ ଲାଞ୍ଜିଗଡ ବ୍ଲକର ସାମ୍ବାଦିକମାନଙ୍କୁ ହତ୍ୟା ଧମକ ଦେଇଥିବା ଭଳି ସଙ୍ଗୀନ ଅଭିଯୋଗ ଏବେ ସାରା ଜିଲ୍ଲାରେ ଆଲୋଚନାର ବିଷୟ ହୋଇଛି। ସାମ୍ବାଦିକତା ଭଳି ଏବେ ଏକ ପବିତ୍ର ବୃତ୍ତିକୁ  ଆଦରି ନେଇଥିବା ଓ ନିଜକୁ ବରିଷ୍ଠ ସାମ୍ବାଦିକ ବୋଲାଉଥିବା ସହିତ ସର୍ବଦା ମଦ ପିଇ ବିଭିନ୍ନ ସମୟରେ ସର୍ବସାଧାରଣ ସ୍ଥାନ ତଥା ସଭା ସମିତି ଓ ମନ୍ଦିର ଭଳି ପବିତ୍ର ସ୍ଥାନକୁ ପ୍ରବେଶ କରିବା ରଜନୀ ମିଶ୍ରଙ୍କ ଭଳି ବ୍ୟକ୍ତିତ୍ୱ ସାମ୍ବାଦିକତା ବୃତ୍ତି ପାଇଁ କଳଙ୍କ ବୋଲି ଜିଲ୍ଲାର ବହୁ ବରିଷ୍ଠ ସାମ୍ବାଦିକ ଓ ବୁଦ୍ଧିଜୀବୀ ମହଲ କ୍ଷୋଭ ପ୍ରକାଶ କରିବା ସହିତ ଏ ଦିଗରେ ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏପରିକି ଜିଲ୍ଲା ମୁଖ୍ୟାଳୟରେ ଦୀର୍ଘ ଦିନ ଧରି ଆଡ୍ଡା ଜମାଇଥିବା କିଛି ସାମ୍ବାଦିକ, ଗ୍ରାମାଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ବାରମ୍ବାର ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଓ ନୀଚ ଦେଖାଇବାକୁ ହୀନ ପ୍ରୟାସ କରାଯାଉଥିବା ଘଟଣାକୁ ନେଇ ସାରା ଜିଲ୍ଲାର ଗ୍ରାମାଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସେହପରି ଶ୍ରୀ ମିଶ୍ର ନିଜ ଦୋଷ ଲୁଚାଇବାକୁ ଯାଇ ଲାଞ୍ଜିଗଡ ବ୍ଲକର ଛଅ ଜଣ ସାମ୍ବାଦିକଙ୍କ ନାଁରେ ଓଲଟା ଡକାୟତି ଭଳି ମିଥ୍ୟା ମାମଲା ରୁଜୁ କରିବାକୁ ନେଇ ସାରା ଜିଲ୍ଲାର ସାମ୍ବାଦିକ ମହଲରେ ତୀବ୍ର ନିନ୍ଦା କରାଯାଇଛି। ସେହିପରି ସାମ୍ବାଦିକମାନଙ୍କୁ ସର୍ବ ସାଧାରଣରେ ଜାତିଆଣ ଆକ୍ଷେପ କରି ହତ୍ୟା ଧମକ ଦେବା ଘଟଣାକୁ ନେଇ ଦଳିତ ଆଦିବାସୀ ମହାସଂଘ କଳାହାଣ୍ଡି, ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ, କଳାହାଣ୍ଡି ଜିଲ୍ଲା ଡମ ସମାଜ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ସଂଘ, ଲାଞ୍ଜିଗଡ ସାମ୍ବାଦିକ ସମୁହ ଦୃଢ଼ ନିନ୍ଦା କରିବା ସହିତ ଅଭିଯୁକ୍ତ ସାମ୍ବାଦିକ ଶ୍ରୀ ମିଶ୍ରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS