BREAKING
Loading...
:

ଗଠନ ହେବ ଆଇନ ସଂଶୋଧନ ଆୟୋଗ

 ଗଠନ ହେବ ଆଇନ ସଂଶୋଧନ ଆୟୋଗ

ଭୁବନେଶ୍ବର(ମଣିଭଦ୍ରା ଖବର) ରାଜ୍ୟ ସରକାର ଖୁବ୍ ଶୀଘ୍ର ଲ’ ରିଭିଜନ କମିଶନ ଗଠନ କରିବାକୁ ଯାଉଛନ୍ତି। ଅପ୍ରାସଙ୍ଗିକ ଓ ଅଦରକାରୀ ଆଇନର ପରିବର୍ତ୍ତନ ଆବଶ୍ୟକ ଥିବାରୁ ଏହି କମିଶନ ଗଠନ କରାଯିବ। ମାସେ କିମ୍ବା ଦେଢ ମାସ ଭିତରେ କମିଶନ ଗଠନ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

ଆଇନମନ୍ତ୍ରୀ କହିଛନ୍ତି, ଯେଉଁ ଆଇନ ଉପରେ ସରକାର ଚାଲେ ସେସବୁ ଆଇନଗୁଡିକର ନବୀକରଣ ଅବା ପୁନର୍ବିନ୍ୟାସର ଆବଶ୍ୟକତା ରହିଛି, ତେଣୁ ମାସେ କିମ୍ବା ଦେଢମାସେ ଭିତରେ ଲ’ ରିଭିଜନ କମିଶନ ଗଠନ ହେବ। ଯଦି କେଉଁ ଆଇନ ଅପ୍ରାସଙ୍ଗିକ କିମ୍ବା ଅଦରକାରୀ ହୋଇପଡିଛି ତାହାର ସମୀକ୍ଷା ଦରକାର। ଏଥିପାଇଁ ଲ’ ରିଭିଜନ କମିଶନ ଗଠନ ହେବା ଜରୁରୀ। ସୂଚନା ଅଧିକାର ଆଇନକୁ ଅଧିକ ସଶକ୍ତ କରାଯିବ। ଆଇନରେ ଦରକାର ପଡିଲେ ସଂଶୋଧନ କରାଯିବ। ସରକାରଙ୍କୁ ଭୁଲ ଠିକ ବିଷୟରେ ସୂଚେଇ ଦେବା କାମ ହେଉଛି ସୂଚନା ଅଧିକାର କର୍ମୀଙ୍କର, ତେଣୁ ରାଜ୍ୟରେ ସେମାନଙ୍କ ନାମରେ ଥିବା ମାମଲାର ସରକାର ପୁରର୍ବିଚାର କରିବେ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS