BREAKING
Loading...
:

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ

 ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ


ଲାଞ୍ଜିଗଡ(ମଣିଭଦ୍ରା ଖବର ) ଲାଞ୍ଜିଗଡ ବ୍ଲକ ଗସ୍ତରେ ଆସି ବୁଧବାର ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହିତ ବିଭିନ୍ନ ପ୍ରକଳ୍ପର ପରିଦର୍ଶନ କରିଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ସୁଶୀଲ କୁମାର ଲୋହାନୀ I  ଶ୍ରୀ ଲୋହାନୀ ବୁଧବାର ଦିନ ଭବାନୀପାଟଣାରୁ ବାହାରି ଭଟାଙ୍ଗପଦର ଦେଇ ଲାଞ୍ଜି ପଞ୍ଚାୟତର ବିକାଶ ନଗର ପରିଦର୍ଶନ କରିଥିଲେ। ପାହାଡ଼ ଉପରେ ବସବାସ କରୁଥିବା ଉପର ନଙ୍ଗଳବାହାଲିର ୧୨ଟି ଆଦିବାସୀ ପରିବାରକୁ ପାହାଡ଼ ତଳେ ବିକାଶ ନଗରର ପରିକଳ୍ପନା କରାଯାଇଥିବା ବେଳେ ଆଜି ଏହାର ସଫଳ ରୂପରେଖ ଦେଖୂ ବେଶ ଖୁସି ବ୍ୟକ୍ତି କରିଥିଲେ ଶ୍ରୀ ଲୋହାନୀ। ଏହାପରେ ଶ୍ରୀ ଲୋହାନୀ ବିଶ୍ବନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହିତ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏହାପରେ ଶ୍ରୀ ଲୋହାନୀ ବିଶ୍ବନାଥପୁର ପଞ୍ଚାୟତ ସୀତାପୁରସ୍ଥିତ ବସୁଧା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିଥିଲେ। ସେଠାରୁ ଚମ୍ପାଦେଇପୁର ପଞ୍ଚାୟତ ସାପୁଲକୁଚାସ୍ଥିତ ଅମୃତ ସରୋବର ପରିଦର୍ଶନ କରିଥିଲେ। ସେଠାରୁ ତ୍ରିଲୋଚନପୁର ପଞ୍ଚାୟତର ଫୁଲଡୁମେର ଗସ୍ତ କରିବା ସହିତ କୁଟିଆ କନ୍ଧ ଜନଜାତିର ପୁରୁଷ ଓ ମହିଳାଙ୍କ ସହିତ ଆଲୋଚନା କରିଥିଲେ। ଫୁଲଡୁମେର ଠାରେ କୁଟିଆ କନ୍ଧ ଜନଜାତିଙ୍କ ପାଇଁ ତିଆରି ହେବାକୁ ଥିବା ଘର କଲୋନୀ ଠାରେ ବୃକ୍ଷ ରୋପଣ କରିଥିଲେ ଏବଂ ଛେଳିଗୁହାଳ ମଧ୍ୟ ପରିଦର୍ଶନ କରି ଖୁଶିବ୍ୟକ୍ତ କରିଥିଲେ I ଏହି ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀ ଲୋହାନୀଙ୍କ ସହିତ ସ୍ଵଛ ଭାରତ ମିଶନ ନିର୍ଦ୍ଧେଶକ ନୀତିଶ ଭରଦ୍ୱାଜ, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧୂକାରୀ ଦୟାମୟ ପାଢ଼ୀ, ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମାନ ଚକମା, ସିଡିଏମଓ ସୁଚେତା ପାଣି, ଡିପିଏମଓ ଭବାନୀ ଶଙ୍କର ସାହୁଙ୍କ ସମେତ ଲାଞ୍ଜିଗଡ ବ୍ଲକ ବିଡ଼ିଓ ଶଶାଙ୍କ ପାତ୍ର, ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ ନାୟକ, କୁଟିଆକନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଶରତ ଚନ୍ଦ୍ର ସାହୁ , ମେଡିକାଲ ଅଫିସର ଡା. ଭବାନୀ ଶଙ୍କର ଲେଙ୍କାଙ୍କ ସହିତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧୂକାରୀମାନେ ଉପସ୍ଥିତ ଥିଲେ।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି 

Post a Comment

أحدث أقدم
Header ADS