BREAKING
Loading...
:

ନିଘୋଡ଼ ନିଦ୍ରାରେ ବନ କର୍ମଚାରୀ, ଜଂଗଲରୁ ଲୁଟ୍ ହେଉଛି ଶହଶହ ଟ୍ରିପ୍ ମୋରମ୍ ।

 ନିଘୋଡ଼ ନିଦ୍ରାରେ ବନ କର୍ମଚାରୀ, ଜଂଗଲରୁ ଲୁଟ୍ ହେଉଛି ଶହଶହ ଟ୍ରିପ୍ ମୋରମ୍ । 


◆ ତଦନ୍ତକଲେ ବନାଂଚଳ ଅଧିକାରୀ ।

ଦଶପଲ୍ଲା :(ମଣିଭଦ୍ରା ଖବର) ଦିନକୁ ଦିନ ବଢୁଛି ଠିକାଦାର୍ କଂ ଦାଦାଗିରି । ବନ କର୍ମଚାରୀ କୁଂ ହାତକରି ,ଠିକାସଂସ୍ଥା  ନଷ୍ଟ କରୁଛନ୍ତି ଜଙ୍ଗଲ। ନିଜର ଫାଇଦା

ପାଇଁ ଜଙ୍ଗଲରୁ ଖୋଳାଯାଉଛି ଶହଶହ ଟ୍ରିପ୍ ମୋରମ୍  ।  ଫଳରେ ଜଙ୍ଗଲ ମଧ୍ୟରୁ ମୂଲ୍ୟବାନ ଗଛ ନଷ୍ଟ ହେବାରେ ଲାଗିଛି। ବନ କର୍ମଚାରୀଙ୍କ

ଜାଣତରେ ଏଭଳି ମୋରମ ଖନନ ହେଉଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି,ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ବାଣିଗୋଛା ସେକ୍ସନର ପାମ୍ପରଡ଼ା ବିଦ୍ୟାଳୟ ନିକଟରେ । ପାମ୍ପରଡ଼ା ବିଦ୍ୟାଳୟଠାରୁ ରେଲ୍‌ୱେ ଟନେଲକୁ ଯାଇଥିବା ରାସ୍ତାର ବାମ ପାର୍ଶ୍ଵ ଜଙ୍ଗଲରୁ ଏଭଳି ମୋରମ ଖନନ ହୋଇଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ ସ୍ଥାନଟି ଗ୍ରାମ୍ୟ ଜଙ୍ଗଲ ହୋଇଥିବା ଜଣାପଡ଼ିଛି । ଆଜି ଉକ୍ତ  ବେଆଇନ୍  ମୋରମ୍ ଖନନ ଘଟଣାର  ସରଜମିନ୍ ତଦନ୍ତ କରିଛନ୍ତି ଦଶପଲ୍ଲା ବନାଂଚଳ ଅଧିକାରୀ ସୁଦର୍ଶନ ଦେହୁରୀ । ତେବେ ଦେଖିବାକୁ ବାକି ରହିଲା କେବେ ହେଉଛି ବିହିତ କାର୍ଯ୍ୟାନୁଷ୍ଠାନ ।

ଶିବାନୀ ଦୀପାଞ୍ଜଳୀ, ଦଶପଲ୍ଲା 

Post a Comment

أحدث أقدم
Header ADS