BREAKING
Loading...
:

*ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ ; ୨୪ ତାରିଖ ମଧ୍ୟରାତି ଓ ୨୫ ସକାଳ ଭିତରେ ଛୁଇଁବ ସ୍ଥଳଭାଗ

 *ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ ; ୨୪ ତାରିଖ ମଧ୍ୟରାତି ଓ ୨୫ ସକାଳ ଭିତରେ ଛୁଇଁବ ସ୍ଥଳଭାଗ*

ଭୁବନେଶ୍ଵର ( ମଣିଭଦ୍ରା ଖବର) ମାଡି ଆସୁଛି ବାତ୍ୟା ଦାନା  । ଆଜି ନେବ ବାତ୍ୟାର ରୂପ । ୨୪ ତାରିଖ ମଧ୍ୟରାତି ଓ ୨୫ ସକାଳ ଭିତରେ ଛୁଇଁବ ସ୍ଥଳଭାଗ  । ପାରାଦୀପର ୬୭୦ କିମି ଦୂରରେ ଅଛି ଗଭୀର ଅବପାତ ।ଭୀଷଣ ରୂପ ନେଇ ଓଡ଼ିଶା ଉପକୂଳ । ମାଡି ଆସୁଛି ବାତ୍ୟା ଦାନା । ଆଜି ବାତ୍ୟାର ରୂପ ନେବ ଗଭୀର ଅବପାତ।  ୨୪ ତାରିଖ ମଧ୍ୟରାତ୍ରୀରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗର ଆକଳନ। ପାରାଦୀପର ୬୭୦ କିମି ଦୂରରେ ଅଛି ଗଭୀର ଅବପାତ।  ଭୀଷଣ ରୂପ ନେଇ ଓଡ଼ିଶା ଉପକୂଳ ଭିତରକନିକାରୁ ଧାମରା ମଧ୍ୟରେ ଛୁଇଁବ ସ୍ଥଳଭାଗ। ଗଭୀର ଅବପାତ  ଓଡିଶା ଉପକୂଳମୁହାଁ ହୋଇ ୨୪ ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିବ । ଏବେ ପାରାଦ୍ବୀପ ଠାରୁ ୬୭୦ କିଲୋମିଟର ଦୂରରେ ରହିଛି ବାତ୍ୟା ଦାନା । ସମୁଦ୍ର ଭିତରେ ଅବପାତର ରୂପ ନେଇ ସାରିଥିବା ଦାନା ଘଣ୍ଟାପ୍ରତି ୬ କିଲୋମିଟର ବେଗର ଉପକୂଳ ମୁହାଁ ହେଉଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି  ବାତ୍ୟାର ରୂପ ନେବ ଦାନା । ୨୫ ତାରିଖ ଭୋର ସମୟରୁ ଉପକୂଳରେ ଲ୍ୟାଣ୍ଡଫଲ କରିବ ଦାନା । କେନ୍ଦ୍ରାପଡାରୁ ବାଲେଶ୍ବର ମଧ୍ୟରେ ବାତ୍ୟା ସ୍ଥଳପଥ ଅତିକ୍ରମ କରିପାରେ। ଧାମରାର ଅତି ନିକଟରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରାଯାଉଛି ।  ଏହି ସମୟରେ,ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିପାରେ । ମଝିରେ ମଝିରେ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ଦେଇପାରେ ଝଟକା। ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା ହୋଇପାରେ ଅଧିକ ପ୍ରଭାବିତ। ଅନ୍ୟପଟେ ଲ୍ୟାଣ୍ଡଫଲ ବେଳେ ପ୍ରବଳ ମାତ୍ରାରେ ବର୍ଷା ହେବ ବୋଲି ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।  କେନ୍ଦ୍ରାପଡା ଓ ଭଦ୍ରକ ଭିତରେ ଏହା ଲ୍ୟାଣ୍ଡଫଲ କରିପାରେ । ଏହାର ପ୍ରଭାବ ୨୫ ତାରିଖ ଯାଏଁ ରହିବ । ବାତ୍ୟା ପାଇଁ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା   ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି।

ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS