BREAKING
Loading...
:

ବାତ୍ୟା ପାଇଁ ସତର୍କତା ଅବଲମ୍ବନ କରିବାକୁ ସାମାଜିକ ଗଣମାଧ୍ୟମରେ ବିଧାୟକଙ୍କ ଜରୁରୀ ସୂଚନା

 


ବାତ୍ୟା ପାଇଁ ସତର୍କତା ଅବଲମ୍ବନ କରିବାକୁ ସାମାଜିକ ଗଣମାଧ୍ୟମରେ ବିଧାୟକଙ୍କ ଜରୁରୀ ସୂଚନା 

ଗଣିଆ(ମଣିଭଦ୍ରା ଖବର) ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଗଣିଆ, ଦଶପଲ୍ଲା ଏବଂ ନୂଆଗାଁ ବ୍ଳକର ସମସ୍ତ ଜନସାଧାରଣଙ୍କୁ ବାତ୍ୟା ପାଇଁ ସତର୍କତା ସୂଚନା ପ୍ରଦାନ କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା । ସେ ସାମାଜିକ ଗଣମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରିବା ସହିତ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି । ବାତ୍ୟା ସମୟରେ ଘରୁ ନ ବାହାରିବା,ଘରର କବାଟ ଝରକା ବନ୍ଦ ରଖିବା,ବାତ୍ୟା ପୂର୍ବରୁ ଆବଶ୍ୟକ ସାମଗ୍ରୀ କିଣିବା, ମୋବାଇଲ ଫୋନ ଚାର୍ଜ ରଖିବା,ଇଲେକଟ୍ରିକ ସୁଇଚ ଏବଂ ଗ୍ୟାସ ସପ୍ଳାଇ ବନ୍ଦ ରଖିବା,ଚାଳ ଘରେ ଅସୁରକ୍ଷିତ ଥିଲେ ପକ୍କାଘର କିମ୍ବା ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେବା,କେବଳ ସରକାରୀ ସତର୍କତା ଉପରେ ବିଶ୍ବାସ ରଖିବା, ସଜାଗ ରହିବା ଓ ସୁରକ୍ଷିତ ରହିବା ପାଇଁଁ ସେ ଜଣାଇଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS