BREAKING
Loading...
:

ରଘୁନାଥ ଜୀଉ ଡିଗ୍ରୀ କଲେଜରେ ଆରମ୍ଭ ହେଲା ସ୍ବତନ୍ତ୍ର ଅଡିଟ୍, ଲକ୍ଷ ଲକ୍ଷ ଟଙ୍କା ହେରଫେର ନେଇ ହୋଇଥିଲା ଅଭିଯୋଗ

 ରଘୁନାଥ ଜୀଉ ଡିଗ୍ରୀ କଲେଜରେ ଆରମ୍ଭ ହେଲା ସ୍ବତନ୍ତ୍ର ଅଡିଟ୍, ଲକ୍ଷ ଲକ୍ଷ ଟଙ୍କା ହେରଫେର ନେଇ ହୋଇଥିଲା ଅଭିଯୋଗ 

ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଥିବା ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଥିଲା । କିଛି କୁଜିନେତା କଲେଜକୁ ଆସିଥିବା ଟଙ୍କାକୁ ଆତ୍ମସାତ୍ କରିଥିବା ଅଭିଯୋଗ ହେବା ପରେ ତତ୍ପରତା ଦେଖାଇଛନ୍ତି ବିଭାଗୀୟ ଅଧିକାରୀ । ଏହାର ତଦନ୍ତ କରିବାକୁ ଦୁଇ ଜଣ ଅଧିକାରୀ ପ୍ରଦୀପ କୁମାର ସାହୁ ଏବଂ ବିକାଶ ରଞ୍ଜନ ବିଶୋଇ ଗୁରୁବାର ଗଣିଆ କଲେଜ ପରିସରରେ ପହଞ୍ଚି ଥିଲେ । ଏହି ଅଡିଟ ୨୩ ତାରିଖ ଭିତରେ ଶେଷ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ୨୦୧୯-୨୦ ରୁ ୨୦୨୩-୨୪ ପର୍ଯ୍ୟନ୍ତ କଲେଜର ଉନ୍ନତି କରଣ ପାଇଁ ଆସିଥିବା ସମସ୍ତ ଅନୁଦାନ ସମ୍ପର୍କରେ ତଦନ୍ତ ହେବ ବୋଲି ଜଣାପଡିଛି । ତେବେ ତଦନ୍ତ ଚାଲୁ ଥିବାରୁ ଏ ସମ୍ପର୍କରେ କୈାଣସି ମତାମତ ରଖିବାକୁ ତଦନ୍ତକାରୀ ଅଧିକାରୀ ମାନେ ମନା କରିଛନ୍ତି । ଅଡିଟ ଖବର ଶୁଣିବା ପରେ କିଛି କୁଜି ନେତା ଆଉ କିଛି କଲେଜ କତୃପକ୍ଷଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି । ତେବେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡା ଅଡିଟକୁ ଆସିଥିବା ଅଧିକାରୀଙ୍କୁ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରକାଶ କରିଛନ୍ତି । ଗୁରୁବାର ସଂଧ୍ୟା ପର୍ଯ୍ୟନ୍ତ କଲେଜ ପରିସରରେ ଅଧିକାରୀ ମାନେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହିତ କଲେଜ କତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS