ଦଶପଲ୍ଲାରେ ଚାଲିଛି କି, ଚୋରା ଦେଶୀ ବନ୍ଧୁକ କାରଖାନା
ଦଶପଲ୍ଲା (ମଣିଭଦ୍ରା ଖବର) ଚୋରା ଦେଶୀ ବନ୍ଧୁକର ପେଣ୍ଠସ୍ଥଳ ପାଲଟିଛି ଆଦିବାସୀ ବହୁଳ ପଞ୍ଚାୟତ। ଗାଁଗାଁରେ ଭରି ରହିଛି ବହୁ ଚୋରା ଦେଶୀ ବନ୍ଧୁକ । କିଏ ଶିକାର ପାଇଁ ବ୍ୟବହାର କରୁଛି ତ ପୁଣି କିଏ ଗାଁରେ ବନ୍ଧୁକ ଭୟ ଦେଖାଇ ଆତଙ୍କ ରହୁଛି। ଏହାଦ୍ବାରା ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବା ସହ ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି କରିଛି । ବିଗତ କିଛି ମାସ ମଧ୍ୟରେ ବାଣିଗୋଛା ଓ ଦଶପଲ୍ଲା ପୁଲିସ ସମେତ ବନବିଭାଗ ଅନେକ ମାତ୍ରାରେ ଚୋରା ଦେଶୀ ବନ୍ଧୁକ ଜବତ କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ଏହାର କାରଖାନାକୁ ଠାବ କରିବାରେ ସକ୍ଷମ ହୋଇପାରୁନଥିବା ଦେଖିବାକୁ ମିଳିଛି। କିଛି ମାସ ତଳେ ବାଣିଗୋଛା ପୁଲିସ କଳସାଖମଣ, ଚଚେୟାପଲ୍ଲୀ, ନୂଆଗାଁ ଏବଂ କୁଜାମେଣ୍ଢି ଆଦି ପଞ୍ଚାୟତରେ ବଡ଼ଉ କରି ୧୧ଟି ଦେଶୀ ବନ୍ଧୁକ ଜବତ କରିଥିଲା । ଏସବୁ ବନ୍ଧୁକ ଜଳସାଖମଣ ପଞ୍ଚାୟତର ଜନୈକ ବ୍ୟକ୍ତି ପ୍ରସ୍ତୁତ କରୁଥିବା ନେଇ ବାଣିଗୋଛା ପୁଲିସ୍ ଜାଣିବାକୁ ପାଇଥିଲା । ହେଲେ ଏସବୁ ଧରପଗଡ଼ ପରେ ପୁଲିସ ଏହାର କାରଖାନାକୁ ଠାବ କରିବାରେ ସକ୍ଷମ ହୋଇପାରିନି। ସେହିଭଳି ଦଶପଲ୍ଲା ବ୍ଲକ୍ ପଡ଼ୋଶୀ କନ୍ଧମାଳ ଜିଲ୍ଲାର ଚକାପାଦ ଅଞ୍ଚଳରେ ଏହି ବହୁଳ ତିଆରି କାରଖନା ରହିଛି। ଯାହାକି ବାଣିଗୋଛା ପୁଲିସ ଯେଉଁସବୁ ବନ୍ଧୁକ ଜବତ କରିଛି ସେ ମଧ୍ୟରୁ କିଏ କଳସାଖମଣ ଅଞ୍ଚଳରୁ କିଣିଥିବା ବେଳେ ଆଉକିଏ ଚକାପାଦ ଅଞ୍ଚଳରୁ କିଣିଥିବା ନେଇ ପୁଲିସ ନିକଟରେ ସ୍ଵୀକାର କରିଛି। ମାତ୍ର କିଛିମାସ ତଳେ ବାଣିଗୋଛା ଥାନା ଅଧିକାରୀଙ୍କ ଅନ୍ୟତ୍ର ବଦଳି ହୋଇଯିବା ପରେ ଏହି ତଦନ୍ତରେ ଶିଥିଳତା ଦେଖିବାକୁ ମିଳିଛି। ଫଳରେ ଏବେ ଅନେକ ଶିଳାରୀ ସକ୍ରିୟ ହୋଇଥିବା ଅଭିଯୋଗ ହେଉଛି । ଜିଲ୍ଲା ପୁଲିସ ଏଦିଗରେ ବିଶେଷ ଦୃଷ୍ଟି ଦେବାକୁ ଦାବି ହେଉଛି।
ଶିବାନୀ ଦୀପାଞ୍ଜଳୀ, ଦଶପଲ୍ଲା


Post a Comment