ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ସହାୟତାର ହାତ ବଢାଇଲେ ଗ୍ରହରାଜ ୟୁଥ କ୍ଳବର ସଦସ୍ୟ
ଗଣିଆ ( ମଣିଭଦ୍ରା ଖବର) ଗଣିଆ ପଞ୍ଚାୟତ ବାଲିସାହିରେ ଥିବା ଗ୍ରହରାଜ ୟୁଥ କ୍ଳବ ସବୁବେଳେ କିଛି ସାମାଜିକ କର୍ମ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ଏହି ୟୁଥ୍ କ୍ଳବ୍ ଦୀର୍ଘ ବର୍ଷ ଧରି ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ କରିଆସୁଅଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ନ ୪ ଘଟିକା ସମୟରେ କ୍ଳବର ପ୍ରାୟ ୧୩ ଜଣ ସଦସ୍ୟ ଅଁଳାପଟା ଠାରେ ଥିବା ବୃଦ୍ଧାଶ୍ରମରେ ପହଞ୍ଚି ଅନ୍ତେବାସୀଙ୍କ ସହିତ ଭାବର ଆଦାନପ୍ରଦାନ କରିଥିଲେ । କ୍ଳବ୍ ତରଫରୁ ଅନ୍ତେବାସୀଙ୍କୁ ବିସ୍କୁଟ ଏବଂ ପାଉଁରୁଟି ବଣ୍ଟନ କରାଯାଇଥିଲା ।
କ୍ଳବର ସଭାପତି ଦୀପ୍ତି ରଞ୍ଜନ ଦାଶ, ଉପସଭାପତି ସୁଶାନ୍ତ କୁମାର ପାତ୍ର, ସମ୍ପାଦକ ଉପେନ୍ଦ୍ର ପୃଷ୍ଟି, ସହ-ସମ୍ପାଦକ ଚନ୍ଦନ କୁମାର ମିଶ୍ର, ରମାକାନ୍ତ ବେହେରା,ନବକିଶୋର ମହାରଣାଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିଲେ । ଗୋଟିଏ ଛୋଟିଆ ଅନୁଷ୍ଠାନ ହେଲେ ମଧ୍ୟ ଉକ୍ତ କ୍ଳବର ଏଭଳି କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର



Post a Comment