ନିଘୋଡ଼ ନିଦ୍ରାରେ ବନ କର୍ମଚାରୀ, ଜଂଗଲରୁ ଲୁଟ୍ ହେଉଛି ଶହଶହ ଟ୍ରିପ୍ ମୋରମ୍ ।
◆ ତଦନ୍ତକଲେ ବନାଂଚଳ ଅଧିକାରୀ ।
ଦଶପଲ୍ଲା :(ମଣିଭଦ୍ରା ଖବର) ଦିନକୁ ଦିନ ବଢୁଛି ଠିକାଦାର୍ କଂ ଦାଦାଗିରି । ବନ କର୍ମଚାରୀ କୁଂ ହାତକରି ,ଠିକାସଂସ୍ଥା ନଷ୍ଟ କରୁଛନ୍ତି ଜଙ୍ଗଲ। ନିଜର ଫାଇଦା
ପାଇଁ ଜଙ୍ଗଲରୁ ଖୋଳାଯାଉଛି ଶହଶହ ଟ୍ରିପ୍ ମୋରମ୍ । ଫଳରେ ଜଙ୍ଗଲ ମଧ୍ୟରୁ ମୂଲ୍ୟବାନ ଗଛ ନଷ୍ଟ ହେବାରେ ଲାଗିଛି। ବନ କର୍ମଚାରୀଙ୍କ
ଜାଣତରେ ଏଭଳି ମୋରମ ଖନନ ହେଉଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି,ଦଶପଲ୍ଲା ବନାଞ୍ଚଳ ଅଧୀନସ୍ଥ ବାଣିଗୋଛା ସେକ୍ସନର ପାମ୍ପରଡ଼ା ବିଦ୍ୟାଳୟ ନିକଟରେ । ପାମ୍ପରଡ଼ା ବିଦ୍ୟାଳୟଠାରୁ ରେଲ୍ୱେ ଟନେଲକୁ ଯାଇଥିବା ରାସ୍ତାର ବାମ ପାର୍ଶ୍ଵ ଜଙ୍ଗଲରୁ ଏଭଳି ମୋରମ ଖନନ ହୋଇଥିବା ଦେଖିବାକୁ ମିଳିଛି। ତେବେ ଉକ୍ତ ସ୍ଥାନଟି ଗ୍ରାମ୍ୟ ଜଙ୍ଗଲ ହୋଇଥିବା ଜଣାପଡ଼ିଛି । ଆଜି ଉକ୍ତ ବେଆଇନ୍ ମୋରମ୍ ଖନନ ଘଟଣାର ସରଜମିନ୍ ତଦନ୍ତ କରିଛନ୍ତି ଦଶପଲ୍ଲା ବନାଂଚଳ ଅଧିକାରୀ ସୁଦର୍ଶନ ଦେହୁରୀ । ତେବେ ଦେଖିବାକୁ ବାକି ରହିଲା କେବେ ହେଉଛି ବିହିତ କାର୍ଯ୍ୟାନୁଷ୍ଠାନ ।
ଶିବାନୀ ଦୀପାଞ୍ଜଳୀ, ଦଶପଲ୍ଲା


Post a Comment