BREAKING
Loading...
:

ଦଶପଲ୍ଲା ଝିଅ ରଶ୍ମିତା ପାଇଲେ ଓ ଏ ଏସ୍

 ଦଶପଲ୍ଲା ଝିଅ ରଶ୍ମିତା ପାଇଲେ ଓ ଏ ଏସ୍ 

ଦଶପଲ୍ଲା (ଶିବାନୀ ଦୀପାଞ୍ଜଳୀ ) ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଦଶପଲ୍ଲାର ଝିଅ ରଶ୍ମିତା ସାହୁ। ୨୦୨୨ ମସିହାର ପ୍ରକାଶିତ ଫଳ ଅନୁଯାୟୀ ସେ , କ୍ରମିକ ସଂଖ୍ୟା ୨୯୩ ର ଅଛନ୍ତି। ଦଶପଲ୍ଲା ଏନ୍ଏସି ଅନ୍ତର୍ଗତ ଦୁର୍ଗା ବଜାର

କଲୋନୀର ଦିବଂଗତ ରଘୁନାଥ ସାହୁ ଓ ମାତା ବାସନ୍ତୀ ସାହୁଙ୍କ ସେ ଏକମାତ୍ର କନ୍ୟା ।  ସେ ସ୍ଥାନୀୟ ରାଧାମୋହନ ଜିଉ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ  ୟୁନିଟେକ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ନୟାଗଡ଼ରେ ପାଠ ଶେଷ କରିବା ପରେ ଭୁବନେଶ୍ଵରର ଏକ ଘରୋଇ କୋଚିଂ ସେଣ୍ଟରରେ ପ୍ରଶାସନିକ ସେବା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ପ୍ରଶାସନିକ ସେବାରେ ସଫଳତା ହାସଲ କରିଥିବା ଖବର ମିଳିବା ପରେ ଦଶପଲ୍ଲା ଅଂଚଳରେ ଖୁସିର ଲହରୀ ଖେଳି ଯାଇଛି । ଏଥିସହିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସହପାଠୀଙ୍କ ସମେତ ଦଶପଲ୍ଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ଶୁଭେଚ୍ଛାବାର୍ତ୍ତା ମିଳିଛି। ଏଥିସହିତ ବାଣିଗୋଛା ପଶୁ ଚିକିତ୍ସାଳୟରେ ପ୍ରାଣୀ ଚିକିତ୍ସକ ବା ଭିଏସ୍ ଭାବେ କାର୍ଯ୍ୟରତ ସିକିତା ଗୌଡ଼ ୧୦୯ ନମ୍ବର ବ୍ୟାଙ୍କରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ମଣିଭଦ୍ରା ଖବର 


Post a Comment

Previous Post Next Post
Header ADS