BREAKING
Loading...
:

ଅଧୁନା ଶିଶୁ ସାହିତ୍ୟ ଆଲୋଚନା ଚକ୍ର l

 ଅଧୁନା ଶିଶୁ ସାହିତ୍ୟ ଆଲୋଚନା ଚକ୍ର l 





ସୁବର୍ଣ୍ଣପୁର (ମଣିଭଦ୍ରା ଖବର)

ସାହିତ୍ୟିକ କବି ବନ୍ଧୁ ପରିବାର, ବାଲେଶ୍ଵର, ଓଡିଶା ଆନୁକୂଲ୍ୟରେ  ଆଭାସୀ ମାଧ୍ୟମରେ ଏକ ମନୋଜ୍ଞ ପରିବେଶରେ ଓଡ଼ିଶାର ବହୁ ପରିଚିତ ଓ ପ୍ରତିଷ୍ଠିତ ଶିଶୁ ସାହିତ୍ୟିକ ତଥା ଗାଳ୍ପିକ ମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଓ ସାରଗର୍ଭକ ଆଲୋଚନା ଚକ୍ର,କବିତା ଆସର ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀମତୀ ବିନୋଦିନୀ ଦାଶ ଓମକାର ଧ୍ବନି, ଉପ ସଭାପତି ଶ୍ରୀମତୀ ସ୍ନେହ ମିଶ୍ର ସଭାପତି ବକ୍ତବ୍ୟ ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ସମ୍ପାଦିକା ପ୍ରଣତି ମହାପାତ୍ର ଆମନ୍ତ୍ରିତ ଅତିଥି ଶ୍ରୀଯୁକ୍ତ କାଳୀପଦ ପଣ୍ଡାଙ୍କର ପରିଚୟ ସହ ଉପସ୍ଥିତ କବି, ସାହିତ୍ୟିକ ତଥା ଦର୍ଶକ ମାନଙ୍କୁ ବିନମ୍ରତାର ସହ ଶୁଭେଚ୍ଛା ଜ୍ଞାପନ କରିଥିଲେ ।ଉପସ୍ଥାପକ ତଥା ଯୁବକବି ହୃଦୟ ରଞ୍ଜନ ପରିଡ଼ା ଦୀର୍ଘ ୨ ଘଣ୍ଟାର ଆଲୋଚନା ଚକ୍ର ଓ ଆସରକୁ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବରେ  "'ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ',ସୁବର୍ଣ୍ଣଶ୍ରୀ ପ୍ରକାଶନୀର ମୁଖ୍ୟ ଶ୍ରୀଯୁକ୍ତ କାଳୀପଦ ପଣ୍ଡା  ଶିଶୁ ସାହିତ୍ୟ ରଚନା, ଶବ୍ଦ ସଂଯୋଜନା ଓ ବିଷୟ ଚୟନ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ସହ ଗଳ୍ପ ଆସରର ୧୨ ଗଳ୍ପର ସମୀକ୍ଷା ସହ ଗଠନମୂଳକ ତଥା ସମୀକ୍ଷାତ୍ମକ ମତାମତ ରଖିଥିଲେ ।କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ୧୨ ଟି ଗଳ୍ପପାଠ ହୋଇଥିଲା । ଭାଷାର ବିକାଶ ହୋଇଛି ଏବଂ ବର୍ତ୍ତମାନ  ଉନ୍ନତମାନର ସାହିତ୍ୟ ମଧ୍ୟ ସୃଷ୍ଟି ହେଉଛି ଉପସ୍ଥିତ ବରିଷ୍ଠ ସୁସାହିତ୍ୟିକ ମାନେ ମତବ୍ୟକ୍ତ କରିଥିଲେ।ଶେଷରେ ଶ୍ରୀଯୁକ୍ତ ବିଶ୍ବେଶ୍ବର ମାଝୀ ଧନ୍ୟବାଦ ଓ  ଶ୍ରୀମତୀ ସ୍ନେହ ମିଶ୍ର    ଶାନ୍ତିପାଠ କରି ସଭାସାଙ୍ଗ କରିଥିଲେ । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS