BREAKING
Loading...
:

ବ୍ଳକ ସ୍ତରୀୟ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ,୪ ଜଣ ଛାତ୍ର ଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ

 ବ୍ଳକ ସ୍ତରୀୟ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ





ଗଣିଆ (ମଣିଭଦ୍ରା ଖବର) ଗଣିଆ ଶିକ୍ଷକ ଭବନ ପରିସରରେ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଗିରିଧାରୀ ସେଠୀ, ସମିତି ସଭ୍ୟ ଫକୀର ମୋହନ ଡାକୁଆ, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଶିକ୍ଷା ବିଭାଗ କର୍ମଚାରୀ ପ୍ରଫୁଲ୍ଲ କୁମାର ମିଶ୍ର, ସିଆରସିସି ପ୍ରଶାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।  ଛାତ୍ର ଛାତ୍ରୀ ମାନେ ଦେଶର ଭବିଷ୍ୟତ ତେଣୁ ସେମାନେ ପ୍ରତ୍ୟେକ ସମୟରେ ପାଠପଢ଼ାକୁ ଗୁରୁତ୍ବ ଦେବା ସହିତ ପ୍ରତ୍ୟେକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଆବଶ୍ୟକ ବୋଲି ସରପଞ୍ଚ ମତ ଦେଇଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପଠାଣି ସାମନ୍ତଙ୍କ ଉପରେ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।  ପ୍ରାୟ ୧୦୦ରୁ ଅଧିକ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ବେଳେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ବରିଷ୍ଠ ବର୍ଗରେ ରାଜିଙ୍ଗି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଗାୟତ୍ରୀ ବେହେରା ପ୍ରଥମ ଏବଂ ଗୁପ୍ତେଶ୍ୱର ବିଦ୍ୟାପୀଠ ଛାମୁଣ୍ଡିଆର ଶୁଭ୍ରାଂଶୁ ଶେଖର ବଟୁଶର୍ମା ଦ୍ବିତୀୟ ସ୍ଥାନ ହାସଲ କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିବା ବେଳେ କନିଷ୍ଠ ବିଭାଗରେ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ସୋନାଲି ସ୍ବାଇଁ ପ୍ରଥମ ସ୍ଥାନ ଏବଂ ବିଜୟନଗର ଉନ୍ନୀତ ମଧ୍ୟଇଂରାଜୀ ବିଦ୍ୟାଳୟର ସିଦ୍ଧାର୍ଥ ଶଙ୍କର ସାହୁ ଦ୍ବିତୀୟ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଛନ୍ତି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS