ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ, ଅକ୍ଟୋବର ୧୧ତାରିଖରେ ହେବ ବ୍ଳକ ସ୍ତରୀୟ ଶିବିର
ଗଣିଆ ୨୦/୦୯(ମଣିଭଦ୍ରା ଖବର) ଗଣିଆ ବ୍ଲକ ସଭା ଗୃହରେ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ, ଅତିରିକ୍ତ ତହସିଲଦାର ବନମାଳୀ ପରିଡା, ଅତିରିକ୍ତ ବିଡ଼ିଓ ରତନଲାଲ ଲୋହରା, ଉପାଧ୍ୟକ୍ଷ ରାଜକିଶୋର ସାହୁ,ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ସମସ୍ତ ଲୋକପ୍ରତିନିଧି ଉପସ୍ଥିତ ଥିଲେ । ସାମାଜିକ ମଙ୍ଗଳ ଅଧିକାରୀ ପ୍ରଣୟ କୁମାର ନାୟକ ଶିବିର ସମ୍ପର୍କରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ସରକାରଙ୍କ ନୂତନ ନିୟମ ଅନୁସାରେ ସେପ୍ଟେମ୍ବର ମାସ ୧ ତାରିଖ ପରଠାରୁ ଅନଲାଇନ୍ ସାର୍ଟିଫିକେଟ ନଥିଲେ ଭିନ୍ନକ୍ଷମ ବ୍ୟକ୍ତିବିଶେଷ ପୁରୁଣା ସାର୍ଟିଫିକେଟରେ କୈାଣସି ସରକାରୀ ସୁବିଧା ପାଇପାରିବେ ନାହିଁ । ଏପରିକି ପୂର୍ବରୁ ହାତଲେଖା, ରାଜ୍ୟ ସରକାରଙ୍କ ଅନଲାଇନ୍ ସାର୍ଟିଫିକେଟ ପାଉଥିବା ଭତ୍ତା/ରାସନ୍/ଶିକ୍ଷା ବୃତ୍ତି/ଭିନ୍ନକ୍ଷମ ବ୍ୟକ୍ତିଙ୍କ ପିଲାଙ୍କୁ ଶିକ୍ଷା ବୃତ୍ତି ସ୍ଥଗିତ ରହିବ । ତେଣୁ ଯେଉଁମାନେ ଅନଲାଇନ୍ ସାର୍ଟିଫିକେଟ ପାଇନାହାନ୍ତି ସେମାନେ ତୁରନ୍ତ ଅନଲାଇନରେ ଆବେଦନ କରିବାକୁ ବିଡ଼ିଓ ପରାମର୍ଶ ଦେଇଥିଲେ । ଏଥିପାଇଁ ବ୍ଳକ ତରଫରୁ ପ୍ରଚାର ଗାଡ଼ି ବୁଲି ଜନସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ପୁରୁଣା ସାର୍ଟିଫିକେଟ ଥିବା ବ୍ୟକ୍ତି ସମସ୍ତ ସୁବିଧା ପାଉଥିଲେ ମଧ୍ୟ ସେମାନେ ସମସ୍ତ ସୁବିଧା ପାଇବାରୁ ବଞ୍ଚିତ ହେବେ ବୋଲି ଅତିରିକ୍ତ ତହସିଲଦାର ପ୍ରକାଶ କରିବା ସହିତ ସମସ୍ତେ ନୂତନ ସାର୍ଟିଫିକେଟ ହାସଲ କରିବାକୁ ଚେଷ୍ଟା କରନ୍ତୁ ବୋଲି ସେ ପ୍ରକାଶ କରିଥିଲେ । ସମସ୍ତ ଲୋକପ୍ରତିନିଧି ନିଜ ନିଜ ପଞ୍ଚାୟତ ସ୍ତରରେ ଜନସଚେତନତା ସୃଷ୍ଟି କରିବାକୁ ବ୍ଳକ ଅଧ୍ୟକ୍ଷା ପରାମର୍ଶ ଦେଇଥିଲେ । ଯେଉଁ ମାନେ ଅନଲାଇନ୍ ଆବେଦନ କରିବେ ସେମାନେ ଅକ୍ଟୋବର ୧ ତାରିଖ ଭିତରେ ସମସ୍ତ ତଥ୍ୟ ବ୍ଳକ କାର୍ଯ୍ୟାଳୟରେ ଦାଖଲ କରିବାକୁ ସାମାଜିକ ଅଧିକାରୀ ପ୍ରକାଶ କରିଥିଲେ ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର


Post a Comment